ପୋଲସରା ୫/୧୧/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ରାଆଣ୍ଡି ଘାଇ ପରେ ଗମ୍ଭାରୀଆ ନାଳ ନିକଟରେ ମଙ୍ଗଳ ବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ମୁଖ୍ୟମନ୍ତ୍ରୀ ବସ (ଲକ୍ଷ୍ମୀ ବସ) ଓଡ଼ି ୦୭ ଏଭି ୭୧୦୭ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବେଗୁନିଆପଡା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ବଡ଼ ପଦର ଗ୍ରାମର ବିନାୟକ ଶବର (୨୫) ବୋଲି ଜଣାପଡିଛି । ଆହତ ମାନେ ହେଲେ ବଡ଼ ପଦର ଗ୍ରାମରର ପ୍ରିୟଙ୍କା ଶବର ଓ ମନୁ ଶବର। ଯାହାକୁ ରଖିବେ ଅନନ୍ତ.. ଆଶ୍ଚର୍ଯ୍ୟର ଘଟଣା ପ୍ରିୟଙ୍କାଙ୍କ କୋଳରେ ବସିଥିବା ଆଠ ମାସର ଶିଶୁଟିର କୌଣସି କ୍ଷତି ହୋଇନାହିଁ। ସୂଚନା ଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ବସଟି ପୋଲସରାରୁ ବାହାରି ସିଂହାସିନୀ ଅଭିମୁଖେ ଯାଉଥିବା ବେଳେ ସିଂହାସନୀ ଦିଗରୁ ଆସୁଥିବା ବାଇକ ସହ ଗମ୍ଭାରୀଆ ନାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ବାଇକ ଚାଳକ ବିନାୟକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ମୃତକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଆହତ ଦ୍ବୟଙ୍କୁ ନିକଟରେ କାମକରୁଥୁବା ମହିଳା ଦୁଇଜଣ ଉଦ୍ଧାର କରି ୧୦୮ଯୋଗେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପୋଲସରା ପୁଲିସ ଥାନା ଆଇଆଇସି କୌଶିକ ମାଝୀ ଏବଂ କଷିପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।