ବୁଗୁଡା , ୫/୧୧/୨୪ : ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ଚଳିତ ନଭେମ୍ବର ମାସର ବୈଠକ ପ୍ରଥମ ରବିବାର ୩ ତାରିଖ ଦିନ ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପଞ୍ଚଶମ୍ଭୁ ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲର ପାଦଦେଶ ଅଞ୍ଚଳରେ ସ୍ଥାପିତ ଦିବ୍ୟ ଦର୍ଶନ ଜରାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟୀ ସଭାପତି ଅଧିବକ୍ତା ସୋମନାଥ ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଯୁଗ୍ମ ସମ୍ପାଦକ ସ୍ବର୍ଗତ ହରିକୃଷ୍ଣ ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ସମସ୍ତ ସଦସ୍ୟ ସ୍ବର୍ଗତ ସାହୁଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ। ଏହାପରେ ସମ୍ପାଦକ ଆଚାର୍ଯ୍ୟ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପଠନ ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ଅବସରରେ ବୁଗୁଡାର ଦୁଇଜଣ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ରଘୁନାଥ ସାହୁ ଓ କମ୍ବୁପାଣି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଘୁମୁସର ଜିଲ୍ଲା ଗଠନ ଦାବୀ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରି ଘୁମୁସର ଜିଲ୍ଲା ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ସ୍ଥିର ହୋଇଥିଲା। ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସହ ପ୍ରସ୍ତାବିତ ଘୁମୁସର ଜିଲାର ବରିଷ୍ଠ ନାଗରିକ ସଂଗଠନ ଗୁଡିକୁ ଗଣ୍ଠିବନ୍ଧନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ଦ୍ୱାରା ପ୍ରସ୍ତାବିତ ଘୁମୁସର ଜିଲ୍ଲା ଗଠନ ବିଷୟରେ ଯୋଗାଯୋଗ ରହିପାରିବ ବୋଲି ମତ ପ୍ରକାଶ ପାଇଥିଲା। ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ବୈଠକ ପୂର୍ବରୁ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପରିଭ୍ରମଣ କରିଥିଲେ। ଏହି ବୈଠକର ସଫଳତା ପାଇଁ ଦିବ୍ୟ ଜ୍ୟୋତି ଜରାଶ୍ରମ ଟ୍ରଷ୍ଟର ସଭାପତି ମନୋଜ କୁମାର ସାହୁ ସହଯୋଗ କରିଥିବାରୁ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଗଙ୍ଗାଧର ବିଷୋୟୀ, ବୁଗୁଡା ଚେମ୍ବର ଅଫ କମର୍ସ ର ସଭାପତି ସତ୍ୟନାରାୟଣ ଦାଶ, ବୁଗୁଡା ପ୍ରେସ କ୍ଳବ ସଭାପତି ଅନିଲ କୁମାର ମହାରଣା, ବୁଗୁଡା ମିଡିଆ କ୍ଳବ ସଭାପତି ଅନିଲ କୁମାର ପଟ୍ଟନାୟକ , ଅରୁଣ କୁମାର ସାହୁ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।