ବ୍ରହ୍ମପୁର,୦୭/୧୧/୨୦୨୪:
ଗତ ୬ ବର୍ଷ ଧରି ଶ୍ରୀ ଚୈତନ୍ୟ ଟେକ୍ନୋ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଦ୍ଵାରା ସୁପର୍ ହ୍ୟାଟ୍ରିକ ବିଶ୍ୱରେକର୍ଡ଼ ଆୟୋଜନ କରାଯାଉଛି । ଏଥିରେ ୧୨୦ ଶାଖାରୁ ୬୦,୦୦୦ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଛନ୍ତି। ମେଧାବୀ ବିଦ୍ୟାର୍ଥୀଙ୍କ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଏହି ସୁପର୍ ହ୍ୟାଟ୍ରିକ ପାଇଁ ବିଶ୍ୱରେକର୍ଡ଼ ଆୟୋଜନ।ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ବ୍ରହ୍ମପୁର ଶାଖା ସୁପର୍ ହ୍ୟାଟ୍ରିକ ବିଶ୍ୱରେକର୍ଡ଼ରେ ବିଦ୍ୟାର୍ଥି ଅଂଶ ଗ୍ରହଣ କରି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ମଧ୍ୟରେ ୬୦୦ ଗଣିତ ସୁତ୍ର ମୁଖସ୍ଥ କରିଛନ୍ତି । ବ୍ରହ୍ମପୁର ଗୋଳନ୍ଥରା ସ୍ଥିତ ଶ୍ରୀ ଚୈତନ୍ୟ ଟେକ୍ନୋ ବିଦ୍ୟାଳୟର ବିଦ୍ୟାର୍ଥିଗଣ ମଧ୍ୟରୁ ଏମ୍ ସୌରିଶ ପାତ୍ର, ଏନ୍ ଜଗନ୍ ମୋହନ ରେଡ୍ଡୀ, ସନ୍ଦୀପ ପାଣିଗ୍ରାହୀ,ସି ଏଚ୍ ସହସ୍ର ମାନସ , ବି ପ୍ରଣୀତ ରେଡ୍ଡୀ ଉପସ୍ଥାପନା କରିଛନ୍ତି । ଆଜି କିଛି ସମୟ ମଧ୍ୟରେ ଫଳାଫଳ ଘୋଷଣା ହେବ ଯାହା ବିଶ୍ଵ ରେକର୍ଡ଼ ସ୍ଥାପନ କରିବାରେ ଆଶା ରଖିଛନ୍ତି।ଆଜିର ଏହି ମୁହର୍ତ୍ତରେ ଛାତ୍ର ଛାତ୍ରୀ,ଅଭିଭାବକ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଏଥିରେ ପୂର୍ଣ୍ଣ ମାତ୍ରାରେ ଶ୍ରେୟ ଅଭିଭାବକ, ଉପ ସାଧାରଣ ପ୍ରବନ୍ଧକ ଏମ୍ ବିଦ୍ୟା ସାଗର , ପ୍ରାନ୍ତଃ ସଂଚାଳକ ସି ଏଚ୍ ଭାନୁଚନ୍ଦ୍ର, ଅଧ୍ୟକ୍ଷା ସୁଚରିତା ମଣ୍ଡଳ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବା ନିମନ୍ତେ ବିଦ୍ୟାର୍ଥି ମତ ପ୍ରକାଶ କରିଅଛନ୍ତି । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ମହୋଦୟା ଆଗାମୀ ଦିବସରେ ବିଦ୍ୟାର୍ଥିଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଅଛନ୍ତି।