• ଜିଲ୍ଲା ସ୍ତରରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା ବୈଠକ • ଧାନ ସଂଗ୍ରହରେ ଭ୍ରଷ୍ଟାଚାରଙ୍କୁ ପ୍ରଶ୍ରୟ ଦିଆ ଯିବ ନାହିଁ -ମନ୍ତ୍ରୀ

0
25

ଛତ୍ରପୁର ,୦୮/୧୧/୨୦୨୪: ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହର ପ୍ରକ୍ରିୟା ନିମନ୍ତେ କିଭଳି ପ୍ରସ୍ତୁତି କରାଯାଇ ଅଛି ସେହି ସମ୍ପର୍କରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲା ସ୍ତରରେ ସମୀକ୍ଷା କରିଥିଲେ । ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବଗତ କରାଇଥିଲେଯେ, ରାଜ୍ୟ ସରକାର ଧାନ ସଂଗ୍ରହ ପ୍ରକ୍ରିଯାର ସଠିକ୍ ପରିଚାଳନା ନିମନ୍ତେ ଗୁରୁତ୍ବ ଆରୋପ କରିଛନ୍ତି । ସରକାରୀ କଳ ଦ୍ବାରା ପରିଚାଳନା ହେବ । ତେଣୁ ଧାନ ସଂଗ୍ରହ ପ୍ରକ୍ରିଯାରେ କୌଣସି ଅବହେଳା ହେବ ନାହିଁ । ସୁଚାରୁ ରୂପେ ସମ୍ପାଦିତ ହେବ ବୋଲି ଜଣାଇଥିଲେ । ସମସ୍ତ ଅଧିକାରୀ ଏବଂ ବିଧାୟକ ମାନଙ୍କ ମିଳିତ ଆଲଚନା କରାଯାଇ ତୃଟିଶୂନ୍ୟ ଧାନ କ୍ରୟ ହେବ । ତ୍ରୁଟି କରୁଥିବା ଅଧିକାରୀ କିମ୍ବା ଠକାମୀ କରୁଥିବା ବ୍ୟକ୍ତି ବିଶେଷ / ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ । ଚଳିତ ମାସ ଶେଷ ସୁଦ୍ଧା ନୂତନ ରାସନ କାର୍ଡ ବଣ୍ଟନ କରିବାକୁ ଯୋଜନା କରାଯାଇଅଛି । ଏଣୁ ସଠିକ ସର୍ଭେ କରି ଗରୀବ ପରିବାର ଯେମିତି ବାଦ୍ ପଡିବେ ନାହିଁ ତାହାକୁ ଭିତ୍ତିକରି ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ନିୟମ ପ୍ରକାରେ ଯେଭଳି ଉପକୃତ ହେବେ ସେହି ଦିଗରେ ତଦାରଖ କରିବାକୁ କୁହାଯାଇଛି । ଚଳିତ ବର୍ଷ ଏଫ୍.ଏ.କ୍ୟୁ ମାନର ଧାନ କିଣାଯିବ ତେବେ ଏଥିନିମନ୍ତେ ସବୁ ମଣ୍ଡିରେ ସଚେତନତା ଫ୍ଲେକ୍ସ ଲାଗିବ । କଟନି ଛଟନି ଆଦୌଁ ହେବ ନାହିଁ । କୃଷକ ମାନଙ୍କ ହିତ ପାଇଁ ଏହି କାର୍ଯ୍ୟକ୍ରମ ମଣ୍ଡିର ଅବସ୍ଥାକୁ ସଜାଡିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଣ୍ଡିର ସୁଧାର ଆଣିବା ସକାଶେ ଅର୍ଥ ମଞ୍ଜୁର କରିଛନ୍ତି । ଚାଷୀଙ୍କ ନିକଟକୁ ଯେଉଁ ଦିନ ମେସେଜ ଯିବ ସେହିଦିନ ଯେମିତି ସଂପୃକ୍ତ ଚାଷୀ ଠାରୁ ଧାନ ସଂଗ୍ରହ ହେବ ଏବଂ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଜମା ଖାତାକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା ପ୍ରଥମେ ଭାରତ ସରକାରଙ୍କ ୨୩୦୦ ଟଙ୍କା ଖାତାକୁ ଯିବ ତାର ସ୍ବଳ୍ପ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା ୮୦୦ ଟଙ୍କା ଯିବ ।୪/୫ ଗୋଟି ମଣ୍ଡିକୁ ନେଇ ଜଣେ ସୁପଭାଇଜର ରହିବେ ଏବଂ ଦୁଇ ଗୋଟି ଜିଲ୍ଲାକୁ ନେଇ ଜଣେ ଲେଖାଏଁ ମନ୍ତ୍ରୀ ଦାଯୀତ୍ବରେ ରହିବେ ବୋଲି ଅବଗତ କରାଇଥିଲେ । ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଚଳିତ ବର୍ଷ ଧାନ କ୍ବିଣ୍ଟାଲ ପିଛା ଅଧିକ ଦର କରାଯାଇଥିବା ହେତୁ ପଡୋଶୀ ରାଜ୍ୟର ଧାନ ଯେଭଳି ଜିଲ୍ଲାରେ କିଣାଯିବ ନାହିଁ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି କରି କିଣା ପ୍ରକ୍ରିୟାରେ ଚଢାଉ / ମୋବାଇଲ ଟିମ୍ ଦ୍ବାରା ଯାଞ୍ଚ କରିବାକୁ କହିଥିଲେ । ଏତଦ୍ ବ୍ୟତୀତ ବିଧାୟକ ମାନଙ୍କ ମତାମତକୁ ନେଇ ସଠିକ କାର୍ଯ୍ୟ ପରିଚାଳନା କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଧାନ କିଣା ପ୍ରକ୍ରୟା କୁ ତ୍ବରାନ୍ବୀତ କରିବା ପାଇଁ ଜଣାଇଥିଲେ । ସମୀକ୍ଷା ବୈଠକରେ ସୋରଡା ବିଧାୟକ ନୀଳମଣୀ ବିଷୋୟୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବି ସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ସେମାନଙ୍କ ବିଧାନ ସଭା ଅଞ୍ଚଳରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସେହି ସବୁ ସମସ୍ୟାର ସମାଧାନ କରି ଚଳିତ ଧାନ କ୍ରୟ ପ୍ରକ୍ରିୟାକୁ ତ୍ବରାନ୍ବୀତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଚଳିତ ଖରିଫ୍ ଧାନ ପ୍ରକ୍ରିୟାରେ କରାଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଖରିଫ୍ ଧାନ ସଂଗ୍ରହ ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ତଥ୍ୟ ପ୍ରକାଶ କରିଥିଲେ । ଚଳିତ ଖରିଫ୍ ଧାନ ସଂଗ୍ରହ ସକାଶେ ୪୮୩ ମଣ୍ଡି ଖୋଲାଯିବ । ଏଥି ସକାଶେ ଅଧିକାରୀ ଏବଂ ସୁପଭାଇଜର ନିଯୁକ୍ତ କରାଯାଇଛି । ନୂଚନ ରାସନ୍ କାର୍ଡ ସକାଶେ ୧୦୭୭୪ ଗୋଟି ଆବେଦନ ହୋଇଛି । ତନ୍ମଧ୍ୟରେ ୩୨୭୧୭୧ ପରିବାର ସଦସ୍ୟ ରହିଛନ୍ତି । ଇ- କେଓ୍ବାସି ରିପୋର୍ଟ ଅନୁସାରେ ୨୬୫୧୦୯୬ ଗୋଟି ପିଡିଏସ୍ ହିତାଧିକାରୀ ଥିବା ପ୍ରକାଶ କରିଥିଲେ । ଏଆରସିଏସ୍ ଛତ୍ରପୁର ଯୋଗମାୟା ସାବତ ଚଳିତ ବର୍ଷ ଧାନ କିଣିବା ପ୍ରକ୍ରିୟାରେ କିଭଳି ତଥ୍ୟ ସଂଗ୍ରହ କରାଯିବ ତାହାର ନୂତନ ଡାଟା ସିଷ୍ଟମେଟିକ୍ ଅପରେସନ୍ କେଉଁ ପ୍ରକ୍ରିୟାରେ କରାଯାଇଛି, ଧାନ କିଣା ତଥ୍ୟ ଯଥାଶୀଘ୍ର ଅପଲୋଡ୍ ହୋଇ ପାରିବ ସେସମ୍ପର୍କରେ ଅବଗତ କରାଇ ଥିଲେ ଯଦ୍ହାରା ସଠିକ ପରିଚାଳନା ହୋଇ ପାରିବ ବୋଲି ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here