Home ବ୍ରହ୍ମପୁର ସ୍ପେଶାଳ ହସ୍ତାନ୍ତର ହେଉନାହିଁ ଅଙ୍ଗନୱାଡି ନୂତନ ଗୃହ , ସ୍କୁଲ ବାରଣ୍ଡାରେ ପଢୁଛନ୍ତି କୋମଳମତି ଶିଶୁ...

ହସ୍ତାନ୍ତର ହେଉନାହିଁ ଅଙ୍ଗନୱାଡି ନୂତନ ଗୃହ , ସ୍କୁଲ ବାରଣ୍ଡାରେ ପଢୁଛନ୍ତି କୋମଳମତି ଶିଶୁ ।

0
84

ବୁଗୁଡା , ୯/୧୧/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତରେ ଅବସ୍ଥିତ ମଙ୍ଗରାଜପୁର ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ନିଜସ୍ବ ଗୃହ ନଥିବାରୁ ଅଙ୍ଗନୱାଡି କେନ୍ଦ୍ରର କୋମଳମତି ଶିଶୁମାନେ ମଙ୍ଗରାଜପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ବସି ଶିକ୍ଷାଦାନ ଗ୍ରହଣ କରୁଛନ୍ତି। ଦୀର୍ଘଦିନ ଧରି ଖୋଲା ବାରଣ୍ଡାର ଛାତ ତଳେ ଖରା, ବର୍ଷା ଓ ଶୀତ ସହ୍ୟକରି ଶିଶୁମାନେ ପାଠ ପଢ଼ି ଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିଲେ। ଖବର ପ୍ରକାଶ ପରେ ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସେହି ଅଙ୍ଗନୱାଡି କେନ୍ଦ୍ର ହସ୍ତାନ୍ତର ହୋଇନାହିଁ। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କଲେ କୋମଳମତି ଶିଶୁମାନେ ବିଦ୍ୟାଳୟର ଖୋଲା ବାରଣ୍ଡାର ଛତା ତଳେ ଦୟନୀୟ ଭାବେ ନବସି ନିଜସ୍ୱ ଗୃହରେ ବସି ହସ ଖୁସିରେ ପାଠ ପଢିପାରିବେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!