ଜଳସମ୍ପଦ ବିଭାଗର ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

0
10

ଛତ୍ରପୁର, ୧୦/୧୧/୨୦୨୪:
ଜଳସମ୍ପଦ ବିଭାଗର ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା ମଧ୍ୟ ତାଙ୍କ ସହିତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ପ୍ରଥମେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ପରିସରରେ ଆଇଜର ପକ୍ଷରୁ ଚାଲିଥିବା ଆନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଯୋଗଦେଇଥିଲେ ଏବଂ ପରେ ପରେ ବର୍ତ୍ତମାନ୍ ଅସ୍ଥାୟୀ ଭାବେ ଚାଲିଥିବା ଆଇଜର କ୍ୟାମ୍ପସ ବୁଲି ଦେଖିଥିଲେ, ସେଠାରେ ଆଇଜର ର ସ୍ଥାୟୀ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରି ଏହାର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ନିମନ୍ତେ ସମ୍ପୃକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଆଦେଶ ପ୍ରଦାନ କରିଥିଲେ । ବିଶେଷ କରି ପ୍ରତି ମାସରେ ଏହାର ଅଗ୍ରଗତି ସଂପର୍କରେ ଆଲୋଚନା ନିମନ୍ତେ ଜଣାଇ ଥିଲେ। ଛାତ୍ର ଛାତ୍ରୀ ଓ ଷ୍ଟାଫ୍ ମାନଙ୍କ ଗମନା ଗମନ ନିମନ୍ତେ ବସ ସେବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅବଗତ କରାଇଥିଲେ।
ପରେ ଶ୍ରୀମତୀ ଗର୍ଗ ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନଦପୁର ଗ୍ରାମରେ ଥିବା ଇଟାଗଡ଼ିଆବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍ଆଇପି) ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ବିଶ୍ୱ ବ୍ୟାଙ୍କ ଅନୁଦାନପ୍ରାପ୍ତ “ଜଳବାୟୁ ସହନ ଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ” (ଆଇଆଇଏପି) ଦେଖିଥିଲେ । ଓଆଇଆଇପିସିଆରଏର ପ୍ରକଳ୍ପ ନିର୍ଦ୍ଦେଶକ, କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ (ଗଞ୍ଜାମ ୧ ଓ ଗଞ୍ଜାମ ୨) ଏବଂ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟ ବିଭାଗର ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରକଳ୍ପର ସଫଳ ରୂପାୟନ ସମ୍ପର୍କରେ ଆଲୋଚନାରେ ସ୍ଥାନୀୟ ପାଣିପଞ୍ଚାୟତର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେମାନେ ପୋଖରୀ ଅଞ୍ଚଳକୁ ସମ୍ପ୍ରସାରଣ କରିବା ପାଇଁ ଆହୁରି ଉନ୍ନତ ପ୍ରସ୍ତାବ ଦେଇଥିଲେ, ଯାହା ଦ୍ୱାରା ଆୟାକଟ ବୃଦ୍ଧି ପାଇବ । ଏହି ପ୍ରସ୍ତାବର ଯଥାଶୀଘ୍ର ସମୀକ୍ଷା କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସଠିକ ଜଳ ସେଚନ ସୁବିଧା ହେଉଥିବା ହେତୁ ଚାଷ କାର୍ଯ୍ୟରେ ଉନ୍ନତି ହେଇ ଅଧିକ ଲାଭବାନ ହେଉଥିବା ରାଧାକୃଷ୍ଣ ପାଣି ପଞ୍ଚାୟତର ଚାଷୀ ଅବଗତ କରାଇଥିଲେ। ଏହା ସାଥେ ସାଥେ ମାଛ ଚାଷ ଦିଗରେ ଅଧିକ ଲାଭବାନ ହେଉଥିବା ଜଣାଇଥିଲେ। ମାଛ ଚାଷ ମଧ୍ୟ ଗ୍ରାମର ବିକାଶରେ ଯୋଗଦାନ ଦେଉଛି ଏବଂ ମନ୍ଦିରକୁ ଦାନ ମାଧ୍ୟମରେ ସ୍ଥାନୀୟ ଧାର୍ମିକ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଗ୍ରାମବାସୀ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here