ବ୍ରହ୍ମପୁର,୧୨/୧୧/୨୦୨୪: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ଘଟଣାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।ଏ ଘଟଣା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ନିକଟରେ ପାର୍ଟି ପକ୍ଷରୁ ଦାବି କରାଯିବା ସହ ୬ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଦାବି ଗୁଡିକ ମଧ୍ୟରେ ଖାଦ୍ୟ ସୁରକ୍ଷା ଆଇନର ଖିଲାପକାରୀଙ୍କ ବିରୋଧରେ ହତ୍ୟା ଅପରାଧ ଜନିତ ମାମଲା ରୁଜୁ କରିବା, ମୃତ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଓ ପରିବାରର ଜଣକୁ ନିଯୁକ୍ତି ଦିଆଯିବା,ସମସ୍ତ ପୀଡିତ ବକ୍ତିଙ୍କୁ ଉତ୍ତମ ଚିକିତ୍ସା ଓ ୫ଲକ୍ଷ ଲେଖାଏଁ ସହାୟତା ଦିଆଯିବା,ମୁଣ୍ଡପିଛା ୧୦ କେଜି ରେସନ ନିୟମିତ ଯୋଗାଇ ଦେବା, ଆଦିବାସୀ ଅତ୍ୟୁଷିତ ଜିଲ୍ଲା ଗୁଡିକରେ ୨୦୦ ଦିନ କାମ ଯୋଗାଇ ଦେବା,ସେହି ଅଞ୍ଚଳରେ ଏକ ଡାକ୍ତର ଖାନା,ପାନୀୟ ଜଳ ଓ ରାସ୍ତାଘାଟର ବ୍ୟବସ୍ଥା କରିବା ପାଇଁ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଆଜିର ଏହି ଗଣଧାରଣା ସମୟରେ ପାର୍ଟି ର ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ମାଣ୍ଡିପଙ୍କା ଘଟଣାରେ ସିପିଏମ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା