ହବିଷ୍ୟାଳିଙ୍କ ରାଇଦାମୋଦରଙ୍କ ପୂଜାର୍ଚ୍ଚନା

0
6

ପୋଲସରା , ୧୪/୧୧/୨୪ : ହିନ୍ଦୁ ଧର୍ମର ପରମ୍ପରା ଓ ଓଡ଼ିଆ ସଂସ୍କୃତି ଅନୁସାରେ କାର୍ତ୍ତିକ ମାସକୁ ଧର୍ମମାସ ଭାବେ ପାଳନ କରାଯାଇଥାଏ। ଯାହାକୁ ନେଇ ଗୁରୁବାର ଦିନ ପୋଲସରାର ବିଶ୍ବକର୍ମା ମନ୍ଦିରରେ ହବିଷ୍ୟାଳି ମହିଳାମାନେ ମହାପ୍ରଭୁ ରାଧାକୃଷ୍ଣଙ୍କ ଅନାବିଳ ପ୍ରେମରେ ଭକ୍ତିପୂତ ହୋଇ ରାଇ ଦାମୋଦରଙ୍କ ପୂଜାର୍ଚ୍ଚନା କରିଥିଲେ । ଦୁଇ ମହିଳା ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ଭକ୍ତି ପ୍ରେମରେ ଆନନ୍ଦ ଉଲ୍ଲାସରେ ନୃତ୍ୟ କରି ରାଇଦାମୋଦରଙ୍କ ନିବିଡ଼ ପ୍ରେମ ସଂପର୍କକୁ ଉଜ୍ଜୀବିତ କରିଥିଲେ । ପବିତ୍ର କାର୍ତ୍ତିକ ମାସରେ ସମସ୍ତ ବ୍ରତଧାରୀ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ନେଇ ସାତ୍ତ୍ଵିକ ଆଚରଣ ସହ ପ୍ରତ୍ୟେକ ମନ୍ଦିରକୁ ପରିଭ୍ରମଣକରି ଦେବାଦେବୀଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି । ଆଧ୍ୟାତ୍ମିକ ଭାବଧାରାରେ ପ୍ରତ୍ୟେକ ହବିଷ୍ୟାଳି ମହିଳା ରାଧାକୃଷ୍ଣ ପ୍ରେମରେ ସବୁ କିଛି ଭୁଲି ନୃତ୍ୟ ପରିବେଷଣ କରିବା ସହ ଆଧ୍ୟାତ୍ମିକ ଭାବ ରଖି ଭଜନ କୀର୍ତ୍ତନ କରିଥିଲେ ।

LEAVE A REPLY

Please enter your comment!
Please enter your name here