ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ରେ ଏକଦିବସୀୟ କର୍ମଶାଳା

0
24

ବ୍ରହ୍ମପୁର,୧୬/୧୧/୨୦୨୪:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ “ନିଯୁକ୍ତି ପାଇଁ ଦକ୍ଷତା ଗଠନ” ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ, ସ୍ନାତ୍ତକୋତ୍ତର ବିଭାଗସମୂହ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର୍ ତ୍ରିପାଠୀ ଙ୍କ ପ୍ରେରଣା ରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଉତ୍କଳ ବିଶ୍ୱଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ର ମୁଖ୍ୟ ଡ଼ଃ ରବୀନ୍ଦ୍ର କୁମାର ସ୍ବାଇଁ , ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ର ମୁଖ୍ୟ ପ୍ରଫେସର୍ ସାବତ କୁମାର ଦିଗଲ୍ , ନାଲକୋ ର ହିସାବ ବିଭାଗ ଏ. ଜି. ଏମ୍. ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଙ୍କ ବୈଷୟିକ ସଚିବ ସି.ଏମ.ଏ ଶ୍ରୀ ସତ୍ୟ ସୁନ୍ଦର ମହାସୁଆର ଅଥିତି ରୂପେ ଯୋଗଦାନ କରିଥିଲେ । ଏହି କର୍ମଶାଳା ରେ ନିଯୁକ୍ତି ପାଇଁ ବିଭିନ୍ନ ଆବଶ୍ୟକୀୟ କୌଶଳ, ଦକ୍ଷତା ବିକାଶ ପାଇଁ ଏଆଇ ର ସଠିକ୍ ବ୍ୟବହାର ଆଦି ବିଷୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ବାଣିଜ୍ୟ ବିଭାଗ ର ସଂଯୋଜକ ଶକ୍ତି ରଞ୍ଜନ ଦାଶ ଙ୍କ ତତ୍ତ୍ଵାବଧାନରେ ଓ ଡ଼ଃ ମହେଶ୍ୱର ସେଠୀ, ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ, ଡ଼ଃ ଜିନତା ପଟ୍ଟନାୟକ ଏବଂ ଶ୍ରୀ ନିତ୍ୟ ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଶିକ୍ଷା ସହ ନିଯୁକ୍ତି ପାଇବା କ୍ଷେତ୍ରରେ ବହୁତ ସହାୟକ ହୋଇପାରିବ ବୋଲି ଛାତ୍ର ଛାତ୍ରୀ ମାନେ ମତାମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here