Home ବ୍ରହ୍ମପୁର ସ୍ପେଶାଳ ଓଡିଶାର ଦ୍ବିତୀୟ ଅର୍କକ୍ଷେତ୍ରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଳନ

ଓଡିଶାର ଦ୍ବିତୀୟ ଅର୍କକ୍ଷେତ୍ରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଳନ

0
5

ବୁଗୁଡ଼ , ୧୬/୧୧/୨୪ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ଯର ସମସ୍ତ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ସେହିଭଳି ଓଡିଶାର ଦ୍ଵିତୀୟ ଅର୍କକ୍ଷେତ୍ର ଓ କାଷ୍ଠ କୋଣାର୍କ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ବିଜେ ଶ୍ରୀଶ୍ରୀ ବିରଞ୍ଚି ନାରାୟଣ ବା ସୁର୍ଯ୍ଯ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପ୍ରତିବର୍ଷ ପ୍ରକାରେ ଚଳିତ ବର୍ଷ ମଧ୍ୟ ବୁଗୁଡା ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ମଠାଧିଶଙ୍କ ଦ୍ୱାରା ସମସ୍ତ ରିତିନିତି ଅନୁସାରେ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥିଲା। ଚଳିତ ବର୍ଷ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ସମେତ ଶ୍ରୀ ବଳଦେବ ଜୀଉ ମନ୍ଦିର ଓ ସମସ୍ତ ଶିବ ମନ୍ଦିରରେ ଠାକୁର ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!