ବ୍ରହ୍ମପୁର,୨୧/୧୧/୨୦୨୪: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ର ବନ୍ଧାଗୁଡା-ବାଦଗଡ ମଝିରେ ଥିବା ଜଙ୍ଗଲ ରାସ୍ତାରେ ଗତକାଲି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରୁ କୌଣସି ଦୁର୍ବତ୍ତ ହତ୍ୟା କରିଥିବା ଆଶଙ୍କା କରାଯାଉଥିଲା।ମୃତକ ଜଣକ କୁଖ୍ୟାତ ଅପରାଧୀ ଅନନ୍ତ ପଟ୍ଟନାୟକ ବୋଲି ଜଣାପଡିଛି।
ଅନନ୍ତଙ୍କ ଘର ଆସିକା କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ।ତାଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ପଚିଶି ମାମଲା ରହିଥିବା ସୂଚନା ବେଳେ ପୋଲିସ ର ମୋଷ୍ଟ ଓ୍ବାଣ୍ଟେଡ ତାଲିକା ରେ ଥିଲା।ଗତକାଲି ରାତିରେ ଅନନ୍ତ ଦୁଇଜଣ ସାଙ୍ଗ ଙ୍କ ସହ ବାଇକରେ ଶେରଗଡ଼ ଅଭିମୁଖେ ଯାଉଥିବା ସମୟରେ ବାଦଗଡ଼ ରାସ୍ତାରେ ଦୁର୍ବତ୍ତ ମାନେ ବୋଲରରେ ପିଛା କରି ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି।ଅନନ୍ତଙ୍କ ମୁଣ୍ଡ ଓ ମୁହଁକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଆକ୍ରମଣ ସମୟରେ ଅନନ୍ତ ର ଅନ୍ୟ ସାଙ୍ଗମାନେ ଡରି ଘଟଣା ସ୍ଥଳରୁ ଦୌଡି ପଳାଇ ପୋଲିସ କୁ ଖବର ଦେଇଥିଲେ।ଶେରଗଡ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।ପୂର୍ବ ଶତୃତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।