Home ବ୍ରହ୍ମପୁର ସ୍ପେଶାଳ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

0
4

ପୋଲସରା , ୨୨/୧୧/୨୪ : ଶ୍ରୀଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରାଇବା ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ପ୍ରବଚନ, ପରାୟଣ ଓ ପଞ୍ଚ କୁଣ୍ଡିୟ ଘୃତଯଜ୍ଞ ଡିସେମ୍ବର ୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ରାତ୍ର ପାଇଁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ନଭେମ୍ବର ୨୨ ତାରିଖ ଦିନ ପୋଲସରା କଲେଜ୍ ଛକ ନିକଟରେ ଥିବା ପଡ଼ିଆରେ ବିଶିଷ୍ଠ ପଣ୍ଡିତ ତଥା ପ୍ରବଚନ ପ୍ରଦାନକାରୀ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ବାବଧାନରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଶେଷ କୃପାପାଇଁ ପ୍ରଥମ ଥର ପାଇଁ ପୋଲସରାରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ପ୍ରବଚନ ଓ ଘୃତଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଆଧ୍ୟାତ୍ମିକ ଭାବର ଆଦାନପ୍ରଦାନ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସମାଜର କଲ୍ୟାଣ ନିମନ୍ତେ ରାଷ୍ଟ୍ରୀୟ ଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଉପସ୍ଥିତ ରହି ଜଗତର କଲ୍ୟାଣ ନିମନ୍ତେ ପ୍ରବଚନ ପ୍ରଦାନ କରିବେ। ଏଥିସହ ଜଗନ୍ନାଥଙ୍କ ୨୪ ଗୋଟି ବେଶର ସୁସଜ୍ଜିତ ପ୍ରଦର୍ଶନୀ ମଧ୍ୟ କରାଯିବ। ଯାହାକୁ ନେଇ ଶ୍ରୀମନ୍ଦିରର ଲାଗି ପତିତପାବନକୁ ପୋଲସରା ଜଗନ୍ନାଥ ସାହି ସ୍ଥିତ ଦଧିବାମନ ମନ୍ଦିରରେ ପୂଜାର୍ଚ୍ଚନା ସହ ଆଜ୍ଞାମାଳକୁ ନଗର ପରିକ୍ରମା କରାଯାଇଥିଲା। ଏହି ପବିତ୍ର ଶୁଭଖୁଣ୍ଟି ସ୍ଥାପନ ଉତ୍ସବରେ ସଂଘର ସଭାପତି ଶିଶିର କୁମାର ରଥ, ଉପସଭାପତି ଯଜ୍ଞ ନାରାୟଣ ସାହୁ, ସଂପାଦକ ରବି ନାରାୟଣ ପୃଷ୍ଟି , ସହ ସଂପାଦକ ପ୍ରେମଚାନ୍ଦ ସାହୁ, କୋଷାଧ୍ୟକ୍ଷ ପ୍ରଭାକର ସାହୁ, ପ୍ରଣବ କୁମାର ତ୍ରିପାଠୀ, ନର୍ମଦା ପାତ୍ର, ଝୁନୁ ପାତ୍ର, ବବିତା ବେହେରା, ମନୋଜ କୁମାର ଘଡେଇ, ଜ୍ୟୋତି ରଞ୍ଜନ ଆଚାରୀ, ଲୋକନାଥ ପାତ୍ର, ଆଦିକନ୍ଦ ସାହୁ ପ୍ରମୁଖଙ୍କ ସମେତ ବହୁ ଜ୍ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!