ଗଞ୍ଜାମ ଜିଲ୍ଲାର ପଲ୍ଲୀରୁ ଦିଲ୍ଲୀ ବାଣିଜ୍ୟ ମେଳାରେ ଦୁଇ ମହିଳା

0
19

ପୋଲସରା ୨୩/୧୧/୨୪ ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓରମାସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଓ ଛତ୍ରପୁର ବ୍ଳକର ପଲ୍ଲୀରେ ପ୍ରତିଷ୍ଠିତ ଉତ୍ପାଦିକା ଗୋଷ୍ଠୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଅଂଶ ଗ୍ରହଣ କରିଛନ୍ତି। ପ୍ରଶାସନର ନିଷ୍ପତ୍ତି କ୍ରମେ ପୋଲସରା ବ୍ଳକର ଲକ୍ଷ୍ମଣ ପଲ୍ଲୀ ଗ୍ରାମରୁ ପ୍ରଭାସିନୀ ସାହୁ ଓ ଛତ୍ରପୁର ବ୍ଳକର ଏକ ଗ୍ରାମରୁ ଅଞ୍ଜଳି ବେହେରା ପଲ୍ଲୀରୁ ଦିଲ୍ଲୀର ବାଣିଜ୍ୟ ମେଳାରେ ଯୋଗ ଦେଇଛନ୍ତି। ଯାହା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଗଞ୍ଜାମ ଗୃହିଣୀ ପ୍ରୋଡ୍ଯୁସର ଓ ସମ୍ପୂର୍ଣ୍ଣ ସୁକନ୍ଯା ପ୍ରୋଡ୍ଯୁସର ମହିଳା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଆଚାର, ବଢି, ପାମ୍ପଡ, ମୁଗ ଡାଲି, ହଳଦୀ, ଚୁଡା, ଛତୁଆ, ଶୋରିଷ, ଅଗରବତୀ ଓ କିଆ ଫୁଲରୁ ପ୍ରସ୍ତୁତ ବିଭିନ୍ନ ସୁଗନ୍ଧିତ ଅତର ଦିଲ୍ଲୀ ବାଣିଜ୍ୟ ମେଳାରେ ସ୍ଥାନ ପାଇଥିଲା। ଗଞ୍ଜାମର ଏହି ସବୁ ଜିନିଷ ପ୍ରତି ଦିଲ୍ଲୀରେ ଉତ୍ତମ ବ୍ୟବସାୟ ହୋଇଥିଲା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିଥିବା ବେଳେ ପ୍ରଗତି ମୈଦାନରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଏହି ଦୁଇ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ମହିଳା ଦ୍ୱୟ ପ୍ରଭାସିନୀ ଓ ଅଞ୍ଜଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here