ବ୍ରହ୍ମପୁର, ୨୩/୧୧/୨୦୨୪:ଭାରତୀୟ ଜନତା ପାର୍ଟି ତରଫରୁ ମହାରାଷ୍ଟ୍ର ର ବିଧାନସଭା ନିର୍ବାଚନରେ ବିଜେପି ତଥା ଏନଡିଏ ର ଅଭୂତପୂର୍ବ ବିଜୟ ରେ ସନାତନର ବିଜୟ ଉତ୍ସବ ବ୍ରହ୍ମପୁର ଠାରେ ପୃଥକ ପୃଥକ ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୋର୍ଟ ପେଟା ଛକ ଠାରେ ବାଜା, ବାଜଣା, ସହ ବାଣ,ଫୁଟାଇ ସାଧାରଣ ଲୋକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ରାମ କୁମାର ପାତ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଜୟୀ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଭାତ କିରଣ ଷଡ଼ଙ୍ଗୀ, ସିମାଞ୍ଚଳ ପଣ୍ଡା, ରବି ସାହୁ, ଅଶୋକ ନିମାଇଁ,ଅମୁଲ୍ୟ ଚୌଧୁରୀ,ଗୌରୀ ଶଙ୍କର ସାମନ୍ତରାୟ,କୃଷ୍ଣ ଚୌଧୁରୀଙ୍କ ସମେତ ବିଜେପି ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେପରି ସ୍ଥାନୀୟ ଗେଟ୍ ବଜାର ଛକ ଠାରେ “ବିଜୟ ଉତ୍ସବ” ଧୁମଧାମରେ ପାଳନ କରାଯାଇଛି । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଏହି ଐତିହାସିକ ସଫଳତା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସହ “ଏକ୍ ହେଁ ତୋ ସେଫ୍ ହେଁ” ଏହି ଗୁରୁମନ୍ତ୍ର ପାଇଁ ଏହି ଐତିହାସିକ ସଫଳତା ମିଳିଲା ବୋଲି ବିଜେପି ନେତୃବୃନ୍ଦ କହିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଆତସବାଜି ସହ ମିଷ୍ଠାନ୍ନ ବଣ୍ଟନ କରିଥିଲେ ଏବଂ ବାଜା ବଜାଇ ନାଚଗୀତରେ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ଆଜିର ଏହି ବିଜୟ ଉତ୍ସବରେ ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦିକା ଏସ୍ ରାଣୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଏସ୍ ଶ୍ରୀନିବାସ୍,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ ରବି ରାଓ,ଜି ବିଜୟ ପାତ୍ର,ଦେବୁନ ପଟ୍ଟନାୟକ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।