ଭଞ୍ଜନଗର,୨୩/୧୧/୨୦୨୪:
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ମହୋତ୍ସବ କମିଟି ଓ ଘୁମୁସର ଅଞ୍ଚଳ ବାସି ଙ୍କ ତରଫରୁ କୃଷକ ବଜାର ପଡିଆ ପରିସର ରେ ୨୧କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି ପାଇଁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ ଓ ଜ୍ଞାନଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ଅନୁଷ୍ଟିତ ହେଉଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ବୁଧବାର ଦିନ ପୂର୍ଣ୍ଣାହୁତି ହେବ। ପ୍ରାରମ୍ଭରେ ୧୦୦୮ ମହିଳା ନଦୀ ରୁ ପାଣି କୁମ୍ଭ ଧରି କୀର୍ତ୍ତନ,ଘଣ୍ଟ ,ଶଙ୍ଖ, ହୁଳହୁଳି ରେ ବିରାଟପଟୁଆର ରେ ଆସି ଯଞସ୍ଥଳରେ ପହଞ୍ଚି ଥିଲେ। ଏଥିରେ ସାଧୁ ସନ୍ଥ, ବିଧାୟକ, ନେତା, ମନ୍ତ୍ରୀ ଓ ହଜାର ହଜାର ମହିଳା ଓ ଜନସାଧାରଣ ମଧ୍ୟ ସାମିଲ ହୋଇ ଥିଲେ।ଭଞ୍ଜନଗର ରେ ପୁରା ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ଘୁମୁସର ପୁରୋହିତ ସମିତି ତରଫରୁ ପୂଜାର୍ଚ୍ଚନା କାର୍ଯ୍ୟ କରାଯାଉଛି। ଏଥିର ରାଜ୍ୟ ଓ ରାଜ୍ୟ ବାହାର ରୁ ବହୁତ ସାଧୁ ସନ୍ଥ ଯୋଗ ଦେଇଛନ୍ତି। ପୁରୀ ମାତା ମଠ ତରଫରୁ ପ୍ରଭୁ ଜଗନ୍ନାଥ ଙ୍କ ବିଭିନ୍ନ ବେଶ କରାଯାଇ ପୂଜାର୍ଚ୍ଚନା କରାଯାଉଛି।ପାପୁଲିଆ ମଠ ମହନ୍ତ ବିଶ୍ବମ୍ବର ଦାସ, ପରମାନନ୍ଦ ଦାସ, ହରିହର ଦାସ ଜି ମହାରାଜ, ସୁଦର୍ଶନ ଦାସ ଜି ମହାରାଜ,ସୁଖରାମ ଦାସ ଜି ମହାରାଜ, ସମେତ ରାଜ୍ୟ ରୁ ଓ ରାଜ୍ୟ ବାହାରୁ ବହୁତ ସାଧୁ ସନ୍ଥ ଯୋଗ ଦେଇଛନ୍ତି, ସାଧୁ ସନ୍ଥ ଙ୍କ ପାଦ ସ୍ପର୍ଶ ରେ ଭଞ୍ଜନଗର ମାଟି ପବିତ୍ର ହୋଇ ଯାଇଛି। ଏପରି ଏକ ବିରାଟ ସାଧୁ ସନ୍ଥ ଙ୍କ ସମ୍ମିଳନୀ ରେ କୁମ୍ଭମେଳା ପାଲଟି ଯାଇଛି ଭଞ୍ଜନଗର ସହର।ଏପରି ଏକ ବିରାଟ ଧାର୍ମିକ ପରମ୍ପରାର କାର୍ଯ୍ୟକ୍ରମ କେବେ ଭଞ୍ଜନଗର ରେ ଅନୁଷ୍ଟିତ ହୋଇ ନଥିଲା, ତେଣୁ ଏପରି ଏକ ବିରାଟ ଧାର୍ମିକ ସାଧୁ ସନ୍ଥ ଙ୍କ ସମାବେଶ ମାନ୍ୟବର ବିଧାୟକ ଙ୍କ ପ୍ରଚେଷ୍ଟା ରେ ସମ୍ଭବ ହୋଇ ପାରିଲା ବୋଲି ଜନସାଧାର ମତ ପୋଷଣ କରୁଛନ୍ତି।ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ନାମ ଯଜ୍ଞ୍ୟ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ,
ଗୋଯଜ୍ଞ ଓ ଜ୍ଞାନଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ରେ ହଜାର ହଜାର ଭକ୍ତ ପ୍ରଭୁ କୃପା ଲାଭ କରୁଛନ୍ତି।
ଭଞ୍ଜନଗର ର ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ପ୍ରତେକ୍ଷ ତତ୍ୟାବଧାନ ରେ ସମସ୍ତ କାର୍ଯକ୍ରମ ଅନୁଷ୍ଠିତ ହେଉଛି। ଭଞ୍ଜନଗର ପୌରlଅଞ୍ଚଳ ର ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଓ ସମସ୍ତ କାଉନସିଲର ଏହି କର୍ଯ୍ୟକର୍ମ ରେ ସହାୟତା କରୁଛନ୍ତି। ଘୁମୁସର ଅଞ୍ଚଳ ର ବିଭିନ୍ନ ସଂଗଠନ,ଯୁବଗୋଷ୍ଠି ଜନସାଧାରଣ ସାମିଲ ହୋଇଛନ୍ତି l