Home ବ୍ରହ୍ମପୁର ସ୍ପେଶାଳ ପିପୁଲ୍ସ କଲେଜରେ ୭୫ ତମ ସମ୍ବିଧାନ ଦିବସ ପାଳନ

ପିପୁଲ୍ସ କଲେଜରେ ୭୫ ତମ ସମ୍ବିଧାନ ଦିବସ ପାଳନ

0
5

ବୁଗୁଡା, ୨୬/୧୧/୨୪ : ପ୍ରତିବର୍ଷ ନଭେମ୍ବର ୨୬ ତାରିଖ ଦିନ ଭାରତରେ ସମ୍ବିଧାନ ଦିବସ ପାଳନ ହେଉଅଛି। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଭାରତୀୟ ସମ୍ବିଧାନ ଗ୍ରହଣ କରାଯାଇଥିଲା, ଯାହା ୨୬ ଜାନୁୟାରୀ ୧୯୫୦ ରେ କାର୍ଯ୍ୟକାରୀ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଗୁଡା ପିପୁଲସ କଲେଜରେ ନଭେମ୍ବର ୨୬ ତାରିଖ ଦିନ ୭୫ ତମ ସାମ୍ବିଧାନିକ ଦିବସ ପାଳନ ହୋଇଯାଇଛି। ବୁଗୁଡାର ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବିଧାନ ଦିବସ ପାଳନ ପାଇଁ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗ ଏବଂ ଛାତ୍ର ଏକତ୍ରିତ ହୋଇ ଗଣତନ୍ତ୍ରର ମହତ୍ତ୍ଵ ଓ ଭାରତୀୟ ସମ୍ବିଧାନର ମାର୍ଗଦର୍ଶିକା ପାଳନ ପାଇଁ ଶପଥ ପାଠ କରିଥିଲେ। ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ର ସଭାରେ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଏବଂ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର, ଲୋକନାଥ ବେହେରା ଓ ପବିତ୍ର କୁମାର ଖଣ୍ଡୁଆଳ ଯୋଗଦେଇଥିଲେ। ଆଲୋଚନା ଚକ୍ରର ବିଷୟ ବସ୍ତୁ, “ଭାରତୀୟ ସମ୍ବିଧାନ : ବିବିଧତା ମଧ୍ୟରେ ଏକତା ଏକ ପ୍ରତୀକ” ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଚକ୍ରର ସନ୍ଦର୍ଭକୁ +୩ ଦ୍ଵିତୀୟ ବର୍ଷ ଛାତ୍ରୀ ରେସ୍ମା ସେଠୀ, ପୂଜା ଗୌଡ଼ ଓ ମୋନାଲିସା ପ୍ରଧାନ ପଠନ କରିଥିଲେ। ଅଧ୍ୟାପକ ବୃନ୍ଦ ସମ୍ବିଧାନର ମୂଳ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। ଏହା ଏକ ପ୍ରେରଣାଦାୟକ ଅଧିବେଶନ ଯାହା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାୟିତ୍ତ୍ୱ, ନ୍ୟାୟ, ସମାନତା, ସ୍ୱାଧୀନତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧକୁ ଜାରି ରଖି ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!