ପୋଲସରା , ୨୬/୧୧/୨୪ : ପୋଲସରା ବିଜ୍ଞାନ ମହାବଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ୍ କ୍ରସ୍ ପକ୍ଷରୁ ନଭେମ୍ବର ୨୬ ତାରିଖ ଦିନ ୭୫ ତମ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କିଶୋର ଚନ୍ଦ୍ର ଜେନା ଓ ଅନିଲ କୁମାର ଦାସ ସମସ୍ତ ଛାତ୍ର ଛାତ୍ରୀ, ସ୍ବେଛାସେବୀ ଓ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସେକ ଫରିଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ନଭେମ୍ବର ୨୫ ତାରିଖ ଦିନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ସମ୍ବନ୍ଧୀୟ ପ୍ରବନ୍ଧ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୨୬ ତାରିଖ ଦିନ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସମସ୍ତ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଦର୍ଶନଶାସ୍ତ୍ର ବିଭାଗ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଗଠନ ହୋଇଥିବା କମିଟି ସଦସ୍ୟ କିଶୋର ଚନ୍ଦ୍ର ଜେନା, ଅନିଲ କୁମାର ଦାସ, ବିଶ୍ଵନାଥ ଚୌଧୁରୀ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ରସ ସାହୁ, ବସନ୍ତ କୁମାର ପାଣି, ସେକ ଫରିଦ୍ ଓ ଡିଇଓ ଦୀପକ୍ ରଞ୍ଜନ ଜେନା ପ୍ରଭୃତି ସହଯୋଗ କରିଥିଲେ।