ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ମହାଆଡ଼ମ୍ବର ରେ ପାଳିତ

0
23

ବ୍ରହ୍ମପୁର,୨୭/୧୧/୨୦୨୪: ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ମିଶନ ରାଣୀ ମହାଦେବାଳୟ ପ୍ରାଙ୍ଗଣରେ ମଧ୍ୟରେ ମହା ଆଡ଼ମ୍ବରର ସହିତ ପାଳନ କରାଯାଇଅଛି। ଏହି ପର୍ବ ଉପଲକ୍ଷେ ବ୍ରହ୍ମପୁର ଧର୍ମପ୍ରଦେଶରୁ ବହୁ ଯାଜକ,ସେବାଭ୍ରାତା, ସେବାଭଗ୍ନୀ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ଏହି ମହାଯଜ୍ଞର ପର୍ବକୁ ସଫଳ ମଣ୍ଡିତ କରିଥିଲା।ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକ,ଯାଜକ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଧର୍ମଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏହି ପବିତ୍ର ଦିବ୍ୟଯଜ୍ଞର ପରିଚାଳନାର ଦାୟିତ୍ୱ ନେଇଥିଲେ। ବ୍ରହ୍ମପୁର ଧର୍ମପ୍ରଦେଶର ଧର୍ମାଧ୍ୟକ୍ଷ ମହୋଦୟ ଡକ୍ଟର ଶରତ ଚନ୍ଦ୍ର ନାୟକ ଦିବ୍ୟଯଜ୍ଞର ପୌରହିତ୍ୟି କରିବା ସାଥେ ସାଥେ ଅତି ସୁନ୍ଦର ଭାବରେ ମିଶନ ରାଣୀ ମାଁ ମାରୀୟାଙ୍କ ବିଷୟରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଚାର କରିଥିଲେ।ଯାଜକ ଯୁସମାନ ନାୟକ ଦିବ୍ୟଯଜ୍ଞର ସଙ୍ଗୀତ ପରିଚାଳନାର ଦାୟିତ୍ୱ ନେଇ ଧର୍ମାଞ୍ଚଳର ଯିଶୁସ ୟୁଥ ର ଯୁବଗୋଷ୍ଠୀଙ୍କ ସହିତ ସଙ୍ଗୀତ ଗାୟନ କରି ଏହି ଦିବ୍ୟଯଜ୍ଞକୁ ଅତି ମଧୁମୟ କରିଥିଲେ।ବ୍ରହ୍ମପୁର ଧର୍ମାଞ୍ଚଳର ପାଳକୀୟ ପରିଷଦର ସମ୍ପାଦକ ଭିନସେଣ୍ଟ ଦାସ ଏହି ପର୍ବର ସଫଳତା ନିମନ୍ତେ ସମସ୍ତ ଯାଜକ,ସେବାଭ୍ରାତା, ସେବାଭଗ୍ନୀ ଏବଂ ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ସଭସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତତ୍ସହିତ ପର୍ବର ସନ୍ଧ୍ୟା ସମୟରେ ମିଶନ ରାଣୀ ମାଁ ମାରୀୟାଙ୍କ ପ୍ରତିମୂର୍ତ୍ତିକୁ ସୁନ୍ଦର, ଶୃଙ୍ଖଳିତ,ଶାନ୍ତି ଓ ପବିତ୍ର ବାତାବରଣ ଦ୍ୱାରା ମହମ ବତୀ ଶୋଭାଯାତ୍ରା ସହ ବ୍ରହ୍ମପୁର ସହର ପରିକ୍ରମା କରାଯାଇଥିଲା ଏବଂ ତତ୍ପରେ ବ୍ରହ୍ମପୁର କ୍ବାସି ଧର୍ମାଞ୍ଚଳର ସମ୍ପାଦକ ରବୀନ୍ଦ୍ର କରାଡ଼ ଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ ପର୍ବ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବରେ ଏହି ପବିତ୍ର ପର୍ବର ପରିଚାଳନା କରି ପର୍ବ ପାଳନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here