ବ୍ରହ୍ମପୁର, ୨୭/୧୧/୨୦୨୪: ଆଜି ସ୍ଥାନୀୟ କୋର୍ଟ ପେଟା ଛକ ସ୍ଥିତ
ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ନେତୃତ୍ଵ ରେ ଶତାଧିକ ବିଦ୍ୟୁତ କର୍ମଚାରୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ସମ୍ମୁଖ ଫାଟକ ରେ ସଭା କରିଥିଲେ । ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଥିଲା ଓଡିଶା ର ଚାରୋଟି ଜୋନ୍ ରେ କାର୍ଯ୍ୟ କରୁଥିବା ବିଦ୍ୟୁତ କର୍ମଚାରୀ ମାନଙ୍କ ସମସ୍ୟା କୁ ନେଇ । ବିଶେଷ କରି ଓଡିଶା ର ବିଦ୍ୟୁତ ବିତରଣ ସଂସ୍ଥା ଚାରୋଟି ଜୋନ୍ ରେ ବିଭକ୍ତ ହୋଇଛି, ସେଗୁଡିକ ହେଲେ ଟିପିଏସ ଓଡିଏଲ୍, ଟିପିସିଓଡିଏଲ୍, ଟିପିଏନଓଡିଏଲ୍, ଏବଂ ଟିପିଡବ୍ଲୁଓଡିଏଲ୍ । ଏହି ଚାରିଟି କମ୍ପାନୀ ଏବେ ଟାଟା ଅଧିନ ରେ ରହିଛି, ତେବେ ଏହି ଚାରିଟି କମ୍ପାନୀ ରେ ଓଡିଶା ର ଭିନ୍ନ ଭିନ୍ନ ଅଞ୍ଚଳ ର କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି। ଚାକିରି ଅଭାବ ହେତୁ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ଏହି ବିଦ୍ୟୁତ କର୍ମଚାରୀ ମାନେ ଭିନ୍ନ ଭିନ୍ନ ଜୋନ୍ ରେ ନିଯୁକ୍ତି ପାଇ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ତେବେ ନିଜ ଘର ପରିବାର କୁ ଛାଡି ବର୍ଷ ବର୍ଷ ଏତେ ଦୂରରେ ରହିବା ଦ୍ବାରା ନିଜ ଆତ୍ମୀୟଙ୍କ ଠାରୁ ଦୂରେଇ ଯିବା ସହ ବୁଢା ବାପା ମା ଙ୍କ ସେବାରୁ ବଞ୍ଚିତ ହେଉଛନ୍ତି । ନିଜ ପିଲା ମାନଙ୍କର ଶିକ୍ଷା କୁ ବି ଠିକ ସେ ଦେଖପାରୁ ନାହାନ୍ତି । କୌଣସି ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ମଧ୍ୟ ଦେଇ ପାରୁନାହାନ୍ତି । ମୋଟ ଉପରେ ଓଡିଶା ଭିତରେ ରହି, ଗୋଟିଏ ବିଦ୍ୟୁତ ବିଭାଗ ରେ ଚାକିରି କରି ମଧ୍ୟ ନିଜ ଘର ପରିବାର ଠାରୁ ଦୂରେଇ ରହିବା ଦ୍ବାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ୍ ରହୁନାହିଁ।ଏହି ଚାକିରି ସେମାନଙ୍କ ପାଇଁ ଅଭିଶାପ ପାଲଟିଛି। ବର୍ତ୍ତମାନ ଟାଟା ପାୱାର ଚାରୋଟି ଜୋନ୍ କୁ ଅଧିଗ୍ରହଣ କରିଥିବା ରୁ ଏକ ଅନ୍ତଃ ଜୋନ୍ ବଦଳି ନୀତି ପ୍ରଣୟନ କରି ଘର ଛାଡି ବର୍ଷ ବର୍ଷ ହେବ ଦୂରରେ
ରହୁଥିବା କର୍ମଚାରୀ ମାନଙ୍କୁ ନିଜ ନିଜ ଜୋନ୍ କୁ ଫେରେଇ ଆଣିବା ପାଇଁ ଆଜି ଟିପିସିଓଡିଏଲ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବନ୍ଧରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ମଧ୍ୟ ମହାସଂଘ ର ଦାବି କୁ ଗ୍ରହଣ କରି ଏବଂ ଏହାର ଯଥାର୍ଥତା ଅନୁଭବ କରି, ଶକ୍ତି ବିଭାଗ ତରଫରୁ ଟାଟା ପାୱାର କୁ ଏହି ବଦଳି ସମ୍ବନ୍ଧରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଟାଟା ପାୱାର ଏକ ଆଦର୍ଶ କମ୍ପାନୀ ହୋଇଥିବା ରୁ ବିଦ୍ୟୁତ କର୍ମଚାରୀ ମାନଙ୍କ ଦାବି କୁ ଗ୍ରହଣ କରି ପୂରଣ କଲେ।ଏଥିରେ କର୍ମଚାରୀ ମାନେ ଉପକୃତ ହେବା ସହ କମ୍ପାନୀ ମଧ୍ୟ ଅଧିକ ଲାଭ କରିବ ବୋଲି ନିଷ୍ଫଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଜି ର କାର୍ଯ୍ୟକ୍ରମ ରେ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ର ଉପସଭାପତି ଗଗନ ବିହାରୀ ଲେଙ୍କା, ସମ୍ପାଦକ ପ୍ରଭୁ ଦତ୍ତ ମିଶ୍ର, ପୂର୍ଣିମା ଲେଙ୍କା, ରାକେଶ କୁମାର ସ୍ବାଇଁ, ଧିରେନ୍ଦ୍ର କୁମାର ରାଉତ, ଅସିତ୍ କୁମାର ସାହୁ, ଅରୁଣ କୁମାର ଲାଉତ, ଗୋପୀନାଥ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।