ବାହୁଦା ନଦୀ ଶଯ୍ୟାରୁ ବେଆଇନ ବାଲି ଚାଲାଣ ।ପ୍ରଶାସନ ସବୁଜାଣି ଚୁପ୍

0
12

ବ୍ରହ୍ମପୁର,୨୮/୧୧/୨୦୨୪:ଗଞ୍ଜାମ ଜିଲ୍ଲା ଚିକିଟି, ଦିଗପହଣ୍ଡି ମଧ୍ଯରେ ବହି ଯାଉଥ‌ିବା ବାହୁଦା ନଦୀ ଶଯ୍ୟାରୁ ପ୍ରଶାସନ ସାଙ୍ଗକୁ ଖଣି ବିଭାଗକୁ ଖୋଲା ଚାଲେଞ୍ଜ ଦେଇ ସ୍ଵଷ୍ଟ ଦିବାଲୋକରେ ମାଫିଆ ବେଧଡକ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି । କେନୂଆ ଗାଁ ଥାନା ଅଧିନ ଦିଗପହଣ୍ଡି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦୋରା ଗ୍ରାମରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ଶତାଧିକ ଟ୍ରାକ୍ଟର ସାଙ୍ଗକୁ ଟିପ୍ପରରେ ବାଲି ଅହ ରହ ଭାବେ ଚାଲାଣ ଚାଲିଛି । ତାହା ପୁଣି ନଦୀର ଏକ କିଲମିଟର ବ୍ୟାପୀ ଶଯ୍ୟାରୁ । ଟୁକୁନା ରଥ ଓ ଭାଗ୍ୟ ପ୍ରଧାନ ଓରଫ ଟିକି ଏହି ଦୁଇଜଣ ଉକ୍ତ ନଦୀ ଶଯ୍ୟାରୁ ବେଆଇନ ବାଲି ଚାଲାଣ କରୁଥିବା ଜଣାପଡିଛି । ଏମାଙ୍କର କୌଣସି କାଗଜପତ୍ର ନଥିବା ଶୁଣିବାକୁ ମିଳୁଛି । ପ୍ରଶାସନ ସବୁ ଜାଣି ଚୁପ୍ ରହିଥିବା ବେଳେ ପୁଲିସ ମଧ୍ୟ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି । ଏବେ ପ୍ରଶାସନ ଓ ପୁଲିସ କିଛି ପଦକ୍ଷେପ ନେଉଛନ୍ତି ନା ପୁଣି ନିରବଦ୍ରଷ୍ଟା ସାଜୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here