ନାଟ ମଞ୍ଚରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଖାଇଲେ କଳାକାର।ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

0
13

ବ୍ରହ୍ମପୁର,୦୧/୧୨/୨୦୨୪:ନାଟ ମଞ୍ଚରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଖାଇଲେ କଳାକାର।ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି।ଏମିତି ଘଟଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟ ରେ ଦେଖିବାକୁ ମିଳିଛି।ମଞ୍ଚ ଉପରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଛଟ ପଟ କରି ମାରି ରାକ୍ଷସ ଭଳି ଖାଇଲେ କଳାକାର।ଯାହା ଏବେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଛି । ନାଟ ମଞ୍ଚ ଉପରେ ଗୋଟିଏ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚରେ ବାନ୍ଧି ଝୁଲାଇ ଦିଆଯାଇଥିଲା । ତା’ପଛ ଗୋଡ଼ ଦୁଇଟି ଉପରକୁ ଥିବାବେଳେ ମୁଣ୍ଡ ତଳକୁ ଥିଲା। ତା’ ମୁହଁକୁ ବାନ୍ଧି ଦିଆଯାଇଥିଲା ।ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ପ୍ରାୟ ୫ ଜଣ କଳାକାର ଘୁଷୁରୀ ପାଖକୁ ଆସିଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଝୁଲି ରହିଥିବା ଘୁଷୁରୀର ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘୁଷୁରୀ ଟି ଜୋର ରେ ଛଟପଟ ହୋଇଥିଲା । ସେ ଏକ କପଡ଼ାରେ ଘୁଷୁରୀର ଆଗ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ। ତା’ପରେ ସେ ଘୁଷୁରୀର ପେଟ ଚିରି ତାର ଅନ୍ତ ବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥ‌ିବା ଦେଖିବାକୁ ମିଳିଥିଲା। ଏପରି ନୃଶଂସତା ଘଟଣା ପୂର୍ବରୁ ମଞ୍ଚ ଉପରେ ବିଷଧର ସାପ କୁ ମଧ୍ୟ କଳାକାର ମାନେ ଖେଳାଇଥିବା ଭିଡିଓ ମଧ୍ୟ ଦେଖିବାକୁ ମିଳିଛି।ଏମିତି କିଛି ସମୟ ଧରି ଏ ପ୍ରକାର ଦୃଶ୍ୟ ମଞ୍ଚ ଉପରେ ଚାଲିଥିବା ବେଳେ ଦର୍ଶକ କେହି ପ୍ରତିରୋଧ କରିନଥିବା ସାଧାରଣ ରେ ବିଶ୍ମୟ ସୃଷ୍ଟି କରିଛି।ଏହି ଘଟଣା ନଭେମ୍ବର ୨୪ ତାରିଖରେ ଘଟିଥିବା ଜଣାପଡିଛି।ମଞ୍ଚ ଉପରେ ଏଭଳି ପରିବେଷଣ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହା ଉପରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here