ବ୍ରହ୍ମପୁର, ୦୧/୧୨/୨୦୨୪:ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ (ଡା.) କୃଷ୍ଣ ମୋହନ ପାଠୀଙ୍କ ବାସଭବନରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ସହିତ ଇଉରିକ୍ ଏସିଡ, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରିକ୍ଷା କରାଯିବା ସହ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା ।
ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ. ଅନିଲ କୁମାର ଏଇ ସ୍ବାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରିବା ସହ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ପୂର୍ବତନ ବିଧାୟକ ଓ ରାଜନେତା ତଥା ବିଶିଷ୍ଟ ଡାକ୍ତର, ସମାଜସେବୀ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବି ଏହି ଶିବିରରେ ଯୋଗଦାନ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶ୍ରୀଯୁକ୍ତ ବିଭୂ ପ୍ରସାଦ ପାଠୀ ଏହି ସ୍ବାସ୍ଥ୍ୟ ଶିବିରର ପରିଚାଳନା ଦାୟିତ୍ବ ନେଇଥିଲେ ।ବର୍ଷା ପାଗର ପ୍ରତିକୂଳ ପରିସ୍ଥିତିରେ ବି ବ୍ରହ୍ମପୁର ତଥା ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାରର ସଦସ୍ଯଙ୍କ ସହ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡ. ପାଠୀଙ୍କ ଠାରୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ନେଇଥିଲେ।
ଶ୍ରୀଯୁକ୍ତ ବିଭୂ ପ୍ରସାଦ ପାଠୀ, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଠୀ, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଶ୍ରୀ ମନୋଜ କୁମାର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।