ବୁଗୁଡା , ୪/୧୨/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜ ଜାତୀୟ ସେବା ଯୋଜନା ୟୁନିଟ-୧ ପକ୍ଷରୁ ଡିସେମ୍ବର ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସ୍ୱତନ୍ତ୍ର ବୃକ୍ଷ ରୋପଣ ଶିବିର ଉଦଘାଟିତ ହୋଇଯାଇଛି। ଡିସେମ୍ବର ୪ ତାରିଖ ଦିନ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ପ୍ରଥମେ ବୃକ୍ଷ ରୋପଣ କରି ଶିବିରକୁ ଉଦଘାଟନ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦେଇ ବୃକ୍ଷର ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଏନଏସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଶିବିରରେ ୫୦୦ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି।