ଚାକିରୀ କରାଇଦେବା ନାମରେ ଠକେଇ।୯ ଅଭିଯୁକ୍ତ ଗିରଫ

0
8

ବ୍ରହ୍ମପୁର, ୦୪/୧୨/୨୦୨୪: ଚାକିରୀ କରାଇଦେବା ନାମରେ ଠକେଇ ଅଭିଯୋଗ ରେ ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ୯ ଜଣ ଅଭିଯୁକ୍ତକୁ ଗିରଫ କରିଛି।ଅଭିଯୁକ୍ତ ମାନେ ସରକାରୀ ଚାକିରୀ କରାଇଦେବା ନାମରେ ଠକେଇ କରୁଥିବା ଅଭିଯୋଗ ହୋଇଛି।ଅଭିଯୋଗକାରୀ ସନ୍ତୋଷ କୁମାର ସାହୁ ବୈଦ୍ୟନାଥପୁର ଥାନା ରେ ଲିଖିତ ଅଭିଯୋଗ ପ୍ରକାରେ, ଅଭିଯୁକ୍ତ ଜଗଦୀଶ ବେହେରା, ହୃଦାନନ୍ଦ ମୁନି, ସନ୍ତୋଷ ନାୟକ ଏବଂ ସେମାନଙ୍କ ସହଯୋଗୀ ଦ୍ବାରା ଠକେଇ ର ଶୀକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।ଅଭିଯୁକ୍ତ ମାନେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ହୋଇଥିବା ବେଳେ ଚାକିରୀ ଦେବା ନାମରେ ତାଙ୍କ ଠାରୁ ୨୭ଲକ୍ଷ ୫୦ହଜାର ଟଙ୍କା ଠକେଇ କରିଥିବା ଉଲ୍ଲେଖ କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।ଅଭିଯୁକ୍ତ ମାନେ ହେଲେ
ଜଗଦୀଶ ବେହେରା(୩୯) ହୃଦାନନ୍ଦ ମୁନି(୫୬),ଶିଶିର କୁମାର ମିଶ୍ର(୫୪),ସୁର୍ଯ୍ୟ କାନ୍ତ ବେହେରା,(୪୨) ସୁନୀଲ ବେହେରା(୩୦),ସୁମନ୍ତ ପାତ୍ର(୨୬),ପ୍ରକାଶ ସେଠୀ(୩୬),ଚୈବନ ଜେନା(୨୬)ସନ୍ତୋଷ ନାୟକ(୪୨)।ଅଭିଯୁକ୍ତ ମାନେ ଚାକିରୀ ଆଶାୟୀ ପ୍ରତ୍ୟେକ ଙ୍କ ଠାରୁ ୩ଲକ୍ଷ ଟଙ୍କା ଟଙ୍କା ନେଇଥିବା ବେଳେ ସେମାନଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ ମିଥ୍ୟା ନିଯୁକ୍ତି ପତ୍ର ଦେବା ସହ ଭୂବନେଶ୍ୱର ଡାକି ସଚିବାଳୟ ଏବଂ ନ’ତାଲା ରେ ଫିଜିକାଲ ଭେରିଫିକେସନ ନାମରେ ଫୋଟ ଉଠାଉଥିଲା।ପୋଲିସ ଯାଞ୍ଚ ସମୟରେ ଅଭିଯୁକ୍ତ ଜଗଦୀଶ ବେହେରା ଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୧କୋଟିଏ ୯୬ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ଆକାଉଣ୍ଟ କୁ ଟ୍ରାନ୍ସଫୋର ହୋଇଥିବା ଜାଣିବାକୁ ପାଇଥିଲା।ଅଭିଯୁକ୍ତ ମାନଙ୍କ ଠାରୁ ମୋବାଇଲ ଫୋନ,ମିଥ୍ୟା ନିଯୁକ୍ତି ପତ୍ର,ସରକାରୀ ଦପ୍ତର ର ମିଥ୍ୟା ସିଲ୍, ବ୍ୟାଙ୍କ ଖାତା,ଚେକ୍ ବହି ଇତ୍ୟାଦି ସହ ଗୋଟିଏ ଟାଟା କାର୍(ଓଡି୦୭ଏଏ୨୬୩୫) ଜବତ କରାଯାଇଛି।ଏନେଇ ବୈଦ୍ୟନାଥ ପୁର ଥାନା ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here