ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ପରିସରରେ କୋର୍ଟ ଭିଡିଓ କନଫେରନ୍ସ ପ୍ରକୋଷ୍ଠ ର ଶୁଭାରମ୍ଭ

0
13

ବ୍ରହ୍ମପୁର,୦୫/୧୨/୨୦୨୪: ବ୍ରହ୍ମପୁର ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସର ରେ କୋର୍ଟ ଭିଡିଓ କନଫେରନ୍ସ ପ୍ରକୋଷ୍ଠ ର ଶୁଭାରମ୍ଭ ହୋଇଛି। ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ ଡିଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ଏହି କୋର୍ଟ ଭିଡିଓ କନଫେରନ୍ସ ପ୍ରକୋଷ୍ଠ ଖୋଲାଯାଇଥିବା ଜଣାପଡିଛି। ପୋଲିସ ଅଧିକାରୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଡାକ୍ତର ସାଇଣ୍ଟିଫିକ୍ ଅଧିକାରୀ ମାନେ ଏହି ପ୍ରକୋଷ୍ଠରେ ବସି ରାଜ୍ୟ ଯେକୌଣସି କୋର୍ଟ ର ସାକ୍ଷ୍ୟ ପ୍ରମାଣ ଭିଡିଓ କନଫେରନ୍ସ ମାଧ୍ୟମରେ ଏହି ପ୍ରକୋଷ୍ଠରେ ବସି ଦେଇପାରିବେ ।ଉଲ୍ଲେଖ ଯୋଗ୍ୟ ଯେ, ପୋଲିସ ଅଧିକାରୀ ମାନେ ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଥିଲେ।ପୋଲିସ ଅଧିକାରୀ ମାନେ ଡ୍ୟୁଟି ରେ ନିୟୋଜିତ ଥିବା ବେଳେ ବିଭିନ୍ନ କୋର୍ଟ ରେ ଥିବା ବିଚାରାଧୀନ ମାମଲା ର ସାକ୍ଷ୍ୟ ପ୍ରମାଣ ପାଇଁ ଯିବା ଅଯଥା ସମୟ ନଷ୍ଟ ହେଉଥିଲା।ଫଳରେ ଏହି ଭିଡିଓ କନଫେରନ୍ସ ବ୍ୟବସ୍ଥା ମାଧ୍ୟମରେ ସାକ୍ଷ୍ୟ ପ୍ରମାଣ କରାଗଲେ ଅଯଥା ସମୟ ଅପଚୟ ହେବାରୁ ବଞ୍ଚିତ ହେବ।ଏହି ବ୍ୟବସ୍ଥା ମାଧ୍ୟମରେ ଆଜି ଦୁଇ ଜଣ ସାକ୍ଷ୍ୟ ପ୍ରମାଣ ଦେଇଛନ୍ତି।ଏନଡିପିଏସ ମାମଲାରେ ଇନ୍ସପେକ୍ଟର ଶଙ୍କର ପଣ୍ଡା ଜୟପୁର ଏଡିଜେ କୋର୍ଟ ରେ ସାକ୍ଷ୍ୟ ପ୍ରମାଣ ପ୍ରଦାନ କରିଥିବା ବେଳେ ଅନ୍ୟ ଜଣେ ବିଲ୍ଡିଂ କ୍ଲର୍କ ପାରଳାଖେମୁଣ୍ଡି କୋର୍ଟ ରେ ସାକ୍ଷ୍ୟ ପ୍ରମାଣ ଦେଇଥିଲେ।

LEAVE A REPLY

Please enter your comment!
Please enter your name here