ବ୍ରହ୍ମପୁର,୦୭/୧୨/୨୦୨୪:ଆଜି ୬ ଦଫା ଦାବିରେ ସିପିଏମ ପକ୍ଷରୁ ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଇଷ୍ଟକୋଷ୍ଟ ରେଳ ଜୋନକୁ ଅକ୍ଷତ ରଖିବା,ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା,ସିନିୟର ସିଟିଜେନ୍ ସମେତ ସମସ୍ତ ରିହାତି ବ୍ୟବସ୍ଥା ପୁନଃ ଚାଲୁକରିବା,ଗୋପାଳପୁର-ରାୟପୁର ରେଳ ଲାଇନ୍ ତୁରନ୍ତ କାର୍ଯ୍ୟକାରୀ କରିବା ବ୍ରହ୍ମପୁରରୁ ପୁରୀ, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦକୁ ଟ୍ରେନ ଚଳାଇବା,ବ୍ରହ୍ମପୁରରୁ ଭୁବନେଶ୍ବରକୁ ଗୋଟିଏ ସ୍ବତନ୍ତ୍ର ଏକ୍ସପ୍ରେସ ସେବା ଆରମ୍ଭ କରିବା,ଶିଳ୍ପାଞ୍ଚଳରେ ପାସେଞ୍ଜର ହଲ୍ଟ କରିବା ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଉପରୋକ୍ତ ଦାବିରେ ପାର୍ଟି ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରେଳ ମନ୍ତ୍ରୀଙ୍କୁ ଏକ ଛଅ ଦଫା ସମ୍ବଳିତ ସ୍ମାରକପତ୍ର ରେଳ ମନ୍ତ୍ରୀଙ୍କୁ ଷ୍ଟେସନ ସୁପେରିନଟେଣ୍ଡେଣ୍ଟ ଜରିଆରେ ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ,ରଞ୍ଜନ ପାତ୍ର, ରାଜା ରାଓ,ଚିଟିବାବୁ, ମଧୁ ବେହେରା ,ପ୍ରଶାନ୍ତ ଶତପଥୀ, ମୋହନ ରାଓ, ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।