ପୋଲସରା/ବୁଗୁଡା , ୭/୧୨/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଭିନ୍ନ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ବୁଗୁଡ଼ା ବ୍ଲକ ଡେହୁକା ଗ୍ରାମର ଲକ୍ଷ୍ମୀ ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ୍ ଲକ୍ଷ୍ମଣପଲ୍ଲୀ ଗ୍ରାମର ସ୍ଵର୍ଗତ ସତ୍ୟଭାମା ପ୍ରଧାନଙ୍କ ଦ୍ୱାଦଶାହା ଶ୍ରାଦ୍ଧ ଦିବସରେ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ। ପୋଲସରା ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଡିସେମ୍ବର ୧ ତାରିଖ ଦିନ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଲକ୍ ବଡ଼ପଙ୍କଳବାଡ଼ି ଗ୍ରାମର ସ୍ଵର୍ଗତ ତ୍ରିନାଥ ସ୍ୱାଇଁଙ୍କ ଦ୍ୱାଦଶାହା ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମାର ସଦଗତି କାମନା କରିଥିଲେ। ବୁଗୁଡ଼ା ବ୍ଲକ୍ କଳମ୍ବ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁନାକେରା ଗ୍ରାମର ତ୍ରିନାଥ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଡିସେମ୍ବର ୭ ତାରିଖ ଦିନ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସରପଞ୍ଚ ଭାବେ ପ୍ରଥମ ରାଜନୈତିକ ଜୀବନ ଆରମ୍ଭ ଦିନରୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ଆରମ୍ଭ କରିଥିଲେ। ପ୍ରଥମେ ନିଜ ପଞ୍ଚାୟତରେ I’ve କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବିଧାୟକ ହେବା ପରେ ସମଗ୍ର ପୋଲସରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମନୋଭାବରୁ ଉର୍ଦ୍ଧ୍ବରେ ରହି ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ମନ୍ତ୍ରୀ ପଦରେ ରହି ଗୁରୁ ଦାୟିତ୍ୱ ବହନ କରିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାରେ କଦାପି ଅବହେଳା କରିନାହାଁନ୍ତି। ବର୍ତ୍ତମାନ ୨୦୨୪ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ପୋଲସରା ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟ ଚାଲୁରଖି ଜନସମ୍ପର୍କ ଜାରି ରଖିଛନ୍ତି।