ବ୍ରହ୍ମପୁର,୦୭/୧୨/୨୦୨୪: ଆଜି ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଟିମ ଓ ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୱାର୍ଡ ମେମ୍ବର , ସଭାପତି ଓ ସମ୍ପାଦକ ଧବଳେଶ୍ବର ମନ୍ଦିର କମିଟି , ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଆଗଧାଡ଼ି ର କର୍ମଚାରୀ ମାନଙ୍କର ସହଯୋଗରେ ଗଞ୍ଜାମ ଜିଲ୍ଲାର ହାତିପାଦ ସମୁଦ୍ର ବେଳାଭୂମି ଓ ଧବଳେଶ୍ବର ମନ୍ଦିର ପରିସର ରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଗରିକ, ଯୁବକ ମାନେ, ପିଲା ମାନେ, କିଶୋର, କିଶୋରୀ ମାନେ ଓ ହାତିପାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ଛାତ୍ର, ଛାତ୍ରୀ ମାନେ ଭାଗ ନେଇଥିଲେ। ସ୍ୱଚ୍ଛତା ଅଭିଯାନ ଦ୍ବାରା ସମୁଦ୍ର କୂଳ ଓ ମନ୍ଦିର ପରିସର ରୁ ଅନେକ କାଚ,ଟିଣ ଓ ପ୍ଲାଷ୍ଟିକ ବଟଲ,ପଲିଥିନ, ପେପର କାଟୁନ ଆଦିରୁ ମୁକ୍ତ କରାଯାଇ ହାତିପାଦ ସମୁଦ୍ର ବେଳାଭୂମି ଓ ଧବଳେଶ୍ବର ମନ୍ଦିର ର ସୌନ୍ଦର୍ଯ୍ୟକୁ ପୁନଃ ସୁସ୍ଥାପନ କରାଯାଇଥିଲା।
ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୱାର୍ଡ ମେମ୍ବର , ସଭାପତି ଓ ସମ୍ପାଦକ ଧବଳେଶ୍ବର ମନ୍ଦିର କମିଟି, ଅନ୍ୟାନ୍ୟ ଆଗଧାଡ଼ି ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଦିଗଦର୍ଶନ କରିଥିଲେ, ଏବଂ ସ୍ଥାନୀୟ ଯୁବକ ଓ କିଶୋର, କିଶୋରୀ ମାନଙ୍କର ଦ୍ୱାରା ସମୁଦ୍ର ବେଳାଭୂମି ସ୍ୱଚ୍ଛତା ଭାବନାକୁ ଜାଗ୍ରତ କରିବାର ଉଦ୍ଦେଶ୍ୟ ରଖାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର ପ୍ରକଳ୍ପ ସଂଯୋଜକ ବିପ୍ଳବ କୁମାର ବେହେରା ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ସୁଦୀପ କୁମାର ଚକ୍ରବର୍ତ୍ତୀ , ଗୀତାଞ୍ଜଳି ପାଣିଗ୍ରାହି, ମାମାଲି ପଣ୍ଡା, ନିକି ପ୍ରଧାନ ,ଜଗମହନ ଧର ମହାପାତ୍ର, ଶଶୀକାନ୍ତ ପ୍ରଧାନ, ଆଲୋକ ନାୟକ, ହାତିପାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଶୋକ ସେଠି, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ମଲ୍ଲିକ ଓ ସମିତି ସଭ୍ଯ ଏସ ଦିଲେଶ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ହାତିପାଦ ସମୁଦ୍ର ବେଳାଭୂମି ଏବଂ ଧବଳେଶ୍ବର ମନ୍ଦିର ପରିସର ରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ