ବ୍ରହ୍ମପୁର, ୦୭/୧୨/୨୦୨୪: ଚଳିତ ମାସ ୨ ତାରିଖ ଠାରୁ ୪ ତାରିଖ ତିନି ଦିନ ଧରି ନୂଆଦିଲ୍ଲୀ ଏନସିଆର ଠାରେ ଡିଏଭି ନ୍ୟାସନାଲ ସ୍ପୋର୍ଟସ୍ -୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଜୋନର ତିନୋଟି ବର୍ଗରେ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ଏହି କ୍ରମରେ ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲ ରୁ ୩୮ ଜଣ ଛାତ୍ର ଛାତ୍ରୀ ଓଡିଶା ଟିମରେ ସାମିଲ ହୋଇ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏଥିରେ ରୋଲର ସ୍କେଟିଂ ଓ ଟାଉକୋଣ୍ଡୋରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉତ୍ତମ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି । ରୋଲର ସ୍କେଟିଂରେ ଅନ୍ୱେଷା ବିଷୋୟୀ, ଟାଇକୋଣ୍ଡୋରେ ସଞ୍ଜିବନ ସାମନ୍ତରା, କ୍ରିତିକା ଦଳେଇ, ନିଧିଶ୍ରୀ ଓ ଆଦିତି ନାୟକ ପଦକ ହାସଲ କରିଛନ୍ତି । ନ୍ୟାସନାଲ ସ୍ପୋର୍ଟସରେ ଅଂଶ ଗ୍ରଗଣ କରିବା ପରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ବ୍ରହ୍ମପୁର ଫେରିଛନ୍ତି ଛାତ୍ରଛାତ୍ରୀମାନେ । ଆଜି ରେଳ ଷ୍ଟେସନରେ ପହଞ୍ଚିବା ପରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଧରାଶ୍ରୀ ପାଢୀ ପୁଷ୍ପ ଗୁଚ୍ଛ ଦେଇ ସମ୍ୱର୍ଦ୍ଦିତ କରିଥିଲେ । ସ୍ଖୁଲର ଶିକ୍ଷକ ମାନସ କୁମାର ପଣ୍ଡା, ଭିନସେଣ୍ଟ ଦାସ, କେଦାରନାଥ ମହାପାତ୍ର, ପ୍ରିତୀ ଭୁର୍ଜୀ, ଅଳ୍ପନା ପଟ୍ଟନାୟକ, ଶୁଭଶ୍ରୀ ପାଣିଗ୍ରୀହୀ ଓ ଜାନକୀ କୁମାରୀ ସାହୁଙ୍କ ତତ୍ୱବଧାନରେ ଛାତ୍ରଛାତ୍ରୀମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ । ସେପଟେ ଆଜି ବ୍ରହ୍ମପୁର ରେଳ ଷ୍ଟେସରେ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ଡିଏଭି ପବ୍ଲିକ୍ ସ୍କୁଲର ଶିକ୍ଷକ ସମୀର ପାଣିଗ୍ରାହୀ ଆର ଗୋବିନ୍ଦ ରାଓ , ଦିଲ୍ଲିପ କୁମାର ବେହେରା, ପିଭି ରାମ ଦାସଙ୍କ ସମେତ ବହୁ ଶିକ୍ଷକ, କର୍ମଚାରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।