ବ୍ରହ୍ମପୁର, ୦୯/୧୨/୨୦୨୪:ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାଂଚିଲି ମଣ୍ଡଳ ଅନ୍ତର୍ଗତ କାଂଚିଲି ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ, ମଞ୍ଜୁସା ପକ୍ଷରୁ ଦଶମ ମେଧା ବୃତି ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ମାନନୀୟା ସୁରମା ପାଢ଼ୀ ଓ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି କ୍ରୁଷଣ ଷଣ ଜେନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଲାସା ବିଧାୟିକା ଜି. ଶିରୀଷା ଓ ଆନ୍ଧ୍ର ଶାସନ ମଣ୍ଡଳୀ ଏମ୍ ଏଲ ସି ଏନ୍. ରାମାରାଓ ଯୋଗ ଦେଇଥୁଲ ।ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମେ ଓଡ଼ିଶାର ବାଚସ୍ପତି ଜଗନ୍ନାଥଙ୍କ ନିକଟରେ ପ୍ରଦିପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ତରଫରୁ ରାଜ୍ୟରେ ଓଡ଼ିଆ ଭାଷାଭାଷୀ, କଳା ସଂସ୍କୃତିର ସମୃଦ୍ଧି ଓ ସୁରକ୍ଷା ପାଇଁ ୧୦ ଟି ଦାବୀ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀଙ୍କୁ ପ୍ରଦାନ କରାଯାଇଛି । ଏହି ପରିପେକ୍ଷ ରେ ଓଡ଼ିଆ ପାଠ୍ୟ ପୁସ୍ତକ ଉନ୍ମୋଚନ ହୋଇଥିଲା।ଆନ୍ଧ୍ର ପ୍ରଦେଶର ୩୦ଟି ଉଚ୍ଚ ବିଦ୍ୟାଳୟର ରାଜ୍ୟ ଓଡ଼ିଆ ଶିକ୍ଷକ ସଂଘ ତଥା ଓଡ଼ିଆ ଭାଷାଭାଷୀଙ୍କ ତରଫରୁ ରାଜ୍ୟର ଶ୍ରୀକାକୁଲମ୍, ବିଶାଖାପାଟ୍ଟଣା ଏବଂ ବିଜୟନଗର ଜିଲ୍ଲାରେ ୧୨୦ଟି ପ୍ରାଥମିକ ବିଦ୍ୟାଳୟ, ୩୨ଟି ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୧୨ଶହ ଛାତ୍ରଛାତ୍ରୀ ଓଡ଼ିଆ ମାଧ୍ୟମରେ ଅଧ୍ୟୟନ କରୁଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର ୫ଶହ ଓଡ଼ିଆ ଶିକ୍ଷକ ପଦବୀ ମଞ୍ଜୁରୀ କରିଥିବାବେଳେ ବର୍ତମାନ ୪ଶହ ଶିକ୍ଷକ କାର୍ଯ୍ୟ କରୁଛତି ଏବଂ ୧୩୦ ଜଣ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି ।ଆନ୍ଧ୍ରପ୍ରଦେଶ ରାଜ୍ୟରେ ଓଡ଼ିଆ ଭାଷାଶିକ୍ଷା ଓ ସଂସ୍କୃତିର ସମୃଦ୍ଧି ଓ ସୁରକ୍ଷା ନିମନ୍ତେ ଆବେଦନ ।ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ମଞ୍ଜୁସା ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ଓଡ଼ିଆ ହାଇସ୍କୁଲ ଠାରେ ଓଡ଼ିଆ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡ଼ିଆ ଭାଷା ସଂସ୍କୃତି, ଓ କଳା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ଉପଦେଶ ଦେଇଥିଲେ।ଆନ୍ଧ୍ରପ୍ରଦେଶରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଉନ୍ନତମାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ସମ୍ମାନ ସହିତ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ଆପଣଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବାଚସ୍ପତି ଙ୍କୁ ପ୍ରଦାନ କରିଥିଲେ । ଅତ୍ଯନ୍ତ ସାହିତ୍ୟ ଏବଂ ବ୍ୟାକରଣ ଓଡ଼ିଶା ରାଜ୍ୟ ସରକାର ତରଫରୁ ପ୍ରତିବର୍ଷ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ବହି ଦେଉଛନ୍ତି । କିନ୍ତୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ‘ସାହିତ୍ୟ କାର୍ଯ୍ୟପୁସ୍ତିକା’’ ପାଉ ନ ଥିବା ମତ ପ୍ରକାଶ କରିଥିଲେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ “ସାହିତ୍ୟ କାର୍ଯ୍ୟପୁସ୍ତିକା’’ ଯୋଗାଇବା ବ୍ୟବସ୍ଥା ହେଲେ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରିଥିଲେ।ଆନ୍ଧ୍ରପ୍ରଦେଶରେ ୧୩୦ ଜଣ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ସଲକାରଙ୍କ ତରଫରୁ ନିଯୁକ୍ତି ପାଇଛନ୍ତି କିନ୍ତୁ ଉତ୍କଳ ସମ୍ମିଳନୀ ମାଧ୍ଯମରେ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ଓଡ଼ିଶା ସରକାର ପକ୍ଷରୁ ମାସିକ ତିନି ହଜାର ଟଙ୍କା ଏବଂ ବାର୍ଷିକ ତିରିଶି ହଜାର ଦେବାକୁ ସୁପାରିଶ କରିଥିଲେ।ଅନୁରୋଧ କରୁଛୁ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆର୍ଥିକ ଅନୁଦାନ ମାସିକ ତିନି ହଜାର ପରିବର୍ତ୍ତେ ଦଶହଜାର ଟଙ୍କା କରାଯାଉ ବୋଲି ଦାବୀ କରିଥିଲେ।୨୦୨୦-୨୧ ଶିକ୍ଷା ବର୍ଷର ଆର୍ଥିକ ଅନୁଦାନ ଓଡ଼ିଶା ସରକାର ଦେଇ ନଥୁବା ଯୋଗୁଁ ୨୦୨୧-୨୨ ଆର୍ଥକ ବର୍ଷର ଅନୁଦାନ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିନାହିଁ ତାହା ଦେବା ପାଇଁ ବିହିତ ପଦକ୍ଷେପ ନେଲେ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀ ଚିରକୃତଜ୍ଞ ରହିବେ । ପୂର୍ବ ଓଡ଼ିଶା ସରକାର ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୨୦୨୨-୨୩ ଶିକ୍ଷା ବର୍ଷରୁ ମାସିକ ଚାରି ହଜାର ପାଞ୍ଚଶହ ଟଙ୍କା ଆର୍ଥିକ ଅନୁଦାନ ଦେବେ ବୋଲି ସରକାରୀ ଆଦେଶନାମା ଦ୍ଵାରା ଘୋଷଣା କରିଥିଲେ ଓ ମାସିକ ତିନି ହଜାର ଭାବେ ହିଁ ଦେଇଥିଲେ ବକେୟା ଅନୁଦାନ ଶୀଘ୍ର ଦିଆଯାଉ ।ପୂର୍ବ ଓଡ଼ିଶା ସରକାର ଉତ୍କଳ ସମ୍ମିଳନୀ ନିରୀକ୍ଷକଙ୍କୁ ୨୦୨୨-୨୩ ଶିକ୍ଷା ବର୍ଷରୁ ମାସିକ ଆର୍ଥିକ ଅନୁଦାନ ପାଞ୍ଚ ହଜାର ଟଙ୍କାରୁ ଛଅ ହଜାର ପାଞ୍ଚଶହ ଟଙ୍କାକୁ ପ୍ରୋତ୍ସାହନ ରାଶି ବୃଦ୍ଧି କରିଥିଲେ, କିନ୍ତୁ ଦେଇ ନାହାନ୍ତି ।ଏଣୁ ବକେୟା ଅନୁଦାନ ଶୀଘ୍ର ଦିଆଯାଉ ଏବଂ ଏମାନଙ୍କ ମାସିକ ଆର୍ଥକ ଅନୁଦାନ ଦଶହଜାରକୁ ବୃଦ୍ଧି କରାଯାଉ ।ଆନ୍ଧ୍ରପ୍ରଦେଶ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ତିଷ୍ଟି ରହିବାକୁ ହେଲେ ଓଡ଼ିଶା ସରକାରଙ୍କ ବିଭିନ୍ନ ମେଧାବୀ ଛାତ୍ର ପ୍ରୋତ୍ସାହନ ବୃତ୍ତି ଯୋଜନା ଆନ୍ଧ୍ରପ୍ରଦେଶରେ ଅଧ୍ୟୟନରତ ଓଡ଼ିଆ ମାଧ୍ଯମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାଗୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସକାଶେ ନିବେଦନ କରୁଅଛୁ । ଅତ୍ୟନ୍ତ ଦୁଃଖର ବିଷୟ ଏପ୍ରିଲ ୭ ତାରିଖ ୨୦୧୭ ରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଚିଠି ନଂ ୧୦୧୬୧ ଅନୁଯାୟୀ ବିଚ୍ଛିନାଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସଂରକ୍ଷିତ ଥିବା ୨% ସ୍ଥାନର ଉଚ୍ଛେଦ ନିଷ୍ପତ୍ତି ଆମ୍ଭମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ଯଥାଶୀଘ୍ର ସଂରକ୍ଷଣ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରି ଆମ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାର ପଥ ସୁଗମ କରିବା ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ବିନୀତ ଅନୁରୋଧ କରିଥିଲେ ।
ଏହି ରାଜ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକ ହେବାପାଇଁ ଯୋଗ୍ୟତା ହାସଲ କରିବାକୁ ବି.ଏଡ୍ ରେ ଓଡ଼ିଆ ମେଥଲଜି ପଢ଼ିବାକୁ ବାଧ୍ଯ କିନ୍ତୁ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳ ପିଲାଙ୍କୁ ବି.ଏଡ୍ ପଢ଼ିବା ସୁଯୋଗ ପ୍ରତ୍ୟାହାର କରି ଆମ ପ୍ରତି ଅନ୍ୟାୟ ନିଷ୍ପତ୍ତି ନେଇଛନ୍ତି । ଏଣୁ ବି.ଏଡ୍ ପଢ଼ିବା ପାଇଁ ପୂର୍ବରୁ ଥିବା ୨% ସ୍ଥାନ ସଂରକ୍ଷଣ ପୁନରୁଦ୍ଧାର କଲେ ଆମେ ଚିରକୃତଜ୍ଞ ରହିବୁ ।
ଆନ୍ଧ୍ରସ୍ଥ ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟରେ ଇଞ୍ଜିନିୟରିଂ, ମେଡ଼ିକାଲ, ନର୍ସି, ସ୍ନାତକୋତ୍ତର ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଯେଉଁ ବୈମାତୃକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଏହାକୁ ହୃଦ୍ବୋଧ କରି ଓଡ଼ିଶା ସରକାର ଉପରୋକ୍ତ ଶିକ୍ଷାୟତନଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ କିଛି ମାତ୍ରାରେ ସ୍ଥାନ ସଂରକ୍ଷଣ କଲେ ଆନ୍ଧ୍ରପ୍ରଦେଶର ବହୁ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବେ । ଆନ୍ଧ୍ରପ୍ରଦେଶର ସମସ୍ତ ଓଡ଼ିଆ ବିଦ୍ୟାଳୟ ପାଠାଗାର ନିମନ୍ତେ ବହି, ଶିକ୍ଷଣ ଉପକରଣ ଏବଂ ଚାର୍ଟ ପ୍ରଭୃତି ଓଡ଼ିଶା ସରକାରଙ୍କ ଦ୍ଵାରା ଯୋଗାଇ ଦେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଗତି ଓ ପ୍ରସାର ହେବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ବିଶେଷ ଉପକୃତ ହେବେ ।ଆନ୍ଧ୍ରପ୍ରଦେଶର କାର୍ଯ୍ୟରତ ପ୍ରଥମ ଭାଷା ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାହିତ୍ୟ ଶିକ୍ଷାଦାନର ଅଭିନବ ପାଠ୍ୟ ପ୍ରଣାଳୀ ସମ୍ପର୍କରେ ସ୍ଵତନ୍ତ୍ର ତାଲିମ ଶିବିର ଓଡ଼ିଶା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଯୋଗାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବେ ବୋଲି ଆଶା କରୁ । ଏହି ପ୍ରଦେଶରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ଶ୍ରୀକାକୁଲମ୍ ଜିଲ୍ଲାର ବିଭିନ୍ନ ଉଦ୍ୟମ ମାଧ୍ୟମରେ ନିଜର ପ୍ରୟାସ ଜାରି ରହିଛି। ଓଡ଼ିଆ ଶିକ୍ଷକ ସଂଘ ଭବନର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ୫ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁରୀ କରିବା ଦିଗରେ ବିହୀତ ପଦକ୍ଷେପ ନେବେ ବୋଲି ଅନୁରୋଧ କରୁଅଛୁ ।ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ପ୍ରାଚୀନ ଉତ୍କଳୀୟ ମନ୍ଦିରମାନଙ୍କର ପରିଚାଳନା ପାଇଁ ଅନୁଦାନ ପ୍ରଦାନ କରିବା ପାଇଁ ବିହୀତ ପଦକ୍ଷେପ ନେଲେ ଓଡ଼ିଆ ସଂସ୍କୃତିର ପରିବାହକ ମନ୍ଦିରମାନ ତିଷ୍ଟି ରହିବ ।ଉତ୍କଳ ସମ୍ମିଳନୀ ସୌଜନ୍ୟରେ ଉତ୍କଳ ଦିବସ ତଥା ପ୍ରସିଦ୍ଧ କବି, ଲେଖକମାନଙ୍କ ଜୟନ୍ତୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ପାଳନ କରିବା ପାଇଁ ଉଚିତ ପଦକ୍ଷେପ ନିଆଯାଉ । ଆନ୍ଧ୍ରପ୍ରଦେଶର ଓଡ଼ିଆ ସାହିତ୍ୟିକମାନଙ୍କ ସୃଜନୀ ପ୍ରକାଶ ନିମିତ୍ତ ଏକ ବାର୍ଷିକ ପତ୍ରିକା ଓଡ଼ିଶା ସଲକାରଙ୍କ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପ୍ରକାଶ କରାଗଲେ ଓଡ଼ିଆ ସାହିତ୍ୟ ଭଣ୍ଡାରର ଶିରୀ ବର୍ଦ୍ଧନ ହେବା ସଙ୍ଗେ ନୂତନ ଲେଖକ ଲେଖିକାମାନେ ସାହିତ୍ୟ ସୃଷ୍ଟିର ପ୍ରେରଣା ପାଇ ପାରିବେ ।ବିଚ୍ଛିନାଞ୍ଚଳରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ବଞ୍ଚାଇବା ନିମିତ୍ତ ଆର୍ଥକ ଅନୁଦାନ ଯୋଗାଇବା ପାଇଁ ଓଡ଼ିଶା ସରକାର ତରଫରୁ ସୁବ୍ୟବସ୍ଥା କରାଯାଉ ।ବିଚ୍ଛିନାଞ୍ଚଳର କଳାକାରମାନଙ୍କୁ ଓଡ଼ିଶା ସରକାର ତରଫରୁ ଆର୍ଥକ ଅନୁଦାନ ଯୋଗାଇ ପୁରାତନ କଳାସଂସ୍କୃତିକୁ ଉଦ୍ଜୀବିତ— ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ।ଏହି ପରିପ୍ରେକ୍ଷୀରେ ଉପରୋକ୍ତ ସୂଚିତ ସମସ୍ୟାର ଦୂରୀକରଣ ନିମନ୍ତେ ବିହିତ ପଦକ୍ଷେପ ନେଲେ ଆମ୍ଭେମାନେ ଚିରକୃତଜ୍ଞ ହୋଇ ରହିବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରିଛନ୍ତି।