ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ନାମାଙ୍କନ ଭରିଲେ ସୁଜିତ୍ କୁମାର

0
9

ଭୁବନେଶ୍ୱର,ତା.୦୯/୧୨: ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିବା ପରେ ଏହାର ସାଙ୍ଗଠନିକ ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଜେପିର ଆଦର୍ଶ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବା ପାଇଁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ପକ୍ଷରୁ ଆଜି ନିଷ୍ପତି ହୋଇଛି। ସେ ଜଣେ ଦକ୍ଷ, ବିଦ୍ୱାନ, ଗୁଣି ଓ କର୍ମଠ ବ୍ୟକ୍ତି ହୋଇଥିବାବେଳେ ପୂର୍ବରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶ୍ରୀ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି। ଏନେଇ ଶ୍ରୀ ସୁଜିତ୍ କୁମାର ବିଧାନସଭା କାର୍ଯ୍ୟାଳୟରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ରାଜ୍ୟସଭାକୁ ମନୋନୀତ ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଉଠୁଥିବା ସ୍ୱର ଅଧିକ ସୁଦୃଢ଼ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ରାଜ୍ୟସଭା ପ୍ରାର୍ଥୀଭାବେ ଚୟନ କରାଯାଇଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ସୁଜିତ୍ କୁମାର କୃତଜ୍ଞତା ଜଣାଇବା ସହ ରାଜ୍ୟ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ ଜାରି ରହିବ ବୋଲି କହିଛନ୍ତି। ଏହି ନାମାଙ୍କନପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ, ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ତଥା ପୂର୍ବତନ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ଦଳୀୟ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଦୁର୍ନୀତିରେ ଲିପ୍ତ ବିଜେଡିକୁ ପରିତ୍ୟାଗ କରି ଶ୍ରୀ ସୁଜିତ୍ କୁମାର ୬ ସେପ୍ଟେମ୍ବରରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

LEAVE A REPLY

Please enter your comment!
Please enter your name here