ମାରଦା ମହୋତ୍ସବ ସ୍ମରଣିକା ନିମନ୍ତେ ଲେଖା ପଠାନ୍ତୁ

0
15

ପୋଲସରା, ୧୩/୧୨/୨୪ : ଶ୍ରୀ ଜଗନ୍ନାଥଙ୍କ ଅଢେଇ ବର୍ଷର ଲୀଳା ସ୍ଥଳ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପୀଠରେ ମାରଦା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୧୪ , ୧୫ ଓ ୧୬ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ ହେବ। ପୂର୍ବରୁ ୨୦୨୩ ଓ ୨୪ ଦୁଇ ଥର ପୋଲସରା ସହରରେ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ମହୋତ୍ସବ ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ ଏଥିରେ ଦ୍ବିମତ ନାହିଁ। ମାରଦା ମନ୍ଦିର ବିଷୟରେ ଲୁଣିଘାଟି ପଡ଼ିଆରେ ଅନୁଷ୍ଠିତ ମହୋତ୍ସବରେ ଶୁଣିବା ଅପେକ୍ଷା ମାରଦା ମନ୍ଦିରର ପରିସରରେ ଅନୁଷ୍ଠିତ ମହୋତ୍ସବ ନିଶ୍ଚିତ ଭାବେ ଏକ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ହେବା ସହ ଜଗନ୍ନାଥ ସଂସ୍କୃତି ଓ ସ୍ଥାନର ଐତିହ ବିଷୟରେ ଦର୍ଶକଙ୍କ ମନରେ ଅଧିକ ଧାରଣ ସୃଷ୍ଟି ହୋଇପାରିବ ଏହିରେ ସନ୍ଦେହ ନାହିଁ। ଆହୁରି ଜାଣି ଖୁସି ହେବେଯେ ଏହି ମାରଦା ମହୋତ୍ସବ ଉପଲକ୍ଷେ “ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ” ସମ୍ପର୍କିତ ତଥ୍ୟ ଭିତ୍ତିକ ଓ ଗବେଷଣା ମୂଳକ ପ୍ରବନ୍ଧ ଓ ତଦନୁରୂପ କବିତାକୁ ନେଇ ଏକ ସୁଦୃଶ୍ୟ ସ୍ମରଣିକା ପ୍ରକାଶ ପାଇବବୋଲି ମହୋତ୍ସବ କମିଟି ନିଷ୍ପତ୍ତି ନେଇଛନ୍ତି। ପ୍ରବନ୍ଧ ଗୁଡ଼ିକ ଅତିବେଶିରେ ୩ ପୃଷ୍ଠା ଓ କବିତା ଗୁଡ଼ିକ ୧ ପୃଷ୍ଠା ଭିତରେ ଲେଖି ନିଜର କଲର ପାସ ଫୋଟ ସହିତ ଡ଼ିଟିପି କରି ଡିସେମ୍ବର ୨୦ ତାରିଖ ସୁଦ୍ଧା ସ୍ମରଣିକାର ସମ୍ପାଦକ ରାଧାଶ୍ୟାମ ପଣ୍ଡାଙ୍କ ନିକଟକୁ ପଠାଇବାକୁ ପଡିବ। ସମ୍ବାଦକଙ୍କ ଠିକଣା :- ରଧାଶ୍ୟାମ ପଣ୍ଡା ( ସ୍ମରଣିକା ସମ୍ପାଦକ), ମୁଖ୍ୟ ସଡକ, ପୋଲସରା ବ୍ଲକ ଛକ , ପୋଲସରା (ଗଞ୍ଜାମ)- ୭୬୧୧୦୫ ଅଟେ। ତାଙ୍କର

ମୋବାଇଲ ନମ୍ବର ୯୪୩୯୮୫୧୨୧୬ ଓ ଇମେଲ ହେଲା maradamahotsav@gmail.com ।

LEAVE A REPLY

Please enter your comment!
Please enter your name here