ବୁଗୁଡ଼ା ୧୩/୧୩/୨୪ ବିଜେପି ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଘୁମୁସର ସାଂଗଠନିକ ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀର ଜିଲ୍ଲା ବିଜେପି କର୍ମକର୍ତ୍ତା ଓ ମଣ୍ଡଳ ସଭାପତିଙ୍କୁ ନେଇ ସାଙ୍ଗଠନିକ ବୈଠକ କରିଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ପାଦଦେଶରେ ଥିବା କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଉପସ୍ଥିତରେ ଘୁମୁସର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ପାଇଁ ନିଜ ଦଳର ମଣ୍ଡଳ ସଭାପତି, ବିଜେପି କର୍ମକର୍ତ୍ତା ଓ ସଂଯୋଜକ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ ସ୍ବାଇଁ, ଉପସଭାପତି ସନ୍ତୋଷ ତିଆଡି, ସାଧାରଣ ସମ୍ପାଦକ ଅନିଲ ପାଣ୍ଡା, ନୀଳମାଧବ ପାତ୍ର , କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ମହାନ୍ତି , ଗଙ୍ଗାଧର ନାୟକ, ଜୟନ୍ତୀ ପଢିଆରୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଏସସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ ଓ ପୋଲସରା, ଭଞ୍ଜନଗର, ସୋରଡ଼ା ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନା ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ବେଳେ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ବଂଶଲ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ବିଜେପି ସଭାପତି ନିର୍ବାଚନ ଓ ମଣ୍ଡଳ ନିର୍ବାଚନ ତଥା ଜିଲ୍ଲା ନିର୍ବାଚନ କେମିତି କରାଯିବ ଓ ନିର୍ବାଚନରେ କେଉଁମାନେ ପ୍ରାଥୀ ହୋଇପାରିବେ ସେଥିପାଇଁ କିଛି ଚିଠା ପ୍ରସ୍ତାବ ରଖିଥିଲେ। ଏହାସହିତ ନିର୍ବାଚନ ପାଇଁ ସବୁ ପଦପାଇଁ ବୟସ ସୀମା ମାପକାଠି ରହିବ ବୋଲି ପ୍ରକାଶ କରିଥିଲେ। ଯାହାକୁ ନେଇ ଯୁବବର୍ଗ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଏହାସହ ମନ୍ତ୍ରୀ ଶ୍ରୀ ମଳିକ ମହିଳା ସଶକ୍ତିକରଣ, କୃଷକଙ୍କ ଆୟବୃଦ୍ଧି ଓ ଯୁବକମାନେ କିଭଳି ଭାବେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ନିଜର ରୋଜଗାର ପନ୍ଥା ଆପଣେଇବେ ତାହାକୁ ନେଇ ଆଲୋକପାତ କରି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଥିଲେ। ପ୍ରଥମେ ପ୍ରଭାରୀଙ୍କୁ ପୋଲସରା ରାଣୀପଡା ଠାରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ସେଠାରୁ ପୋଲସରା ସହର ଦେଇ ବୁଗୁଡା ବ୍ଳକର ଗୋଲିଆ ଠାରେ ପହଞ୍ଚିଥିଲେ। ସେଠାରେ ମଧ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର ଠାରେ ପହଞ୍ଚିଥିଲେ। ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସେଠାରୁ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକ ସ୍ଥଳୀକୁ ପାଛୋଟି ନେଇଥିଲେ।