ପୋଲସରା, ୧୪/୧୨/୨୦୨୪: ଓଡିଶା ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ଛାଡି ଯାଇଥିବା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଡିସେମ୍ବର ୧୪ ତାରିଖ ଦିନ ପୋଲସରା ସହରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସାନ ଝିଅ ତଦାଶା ତପସ୍ଵିନୀ ଓ ଜ୍ବାଇଁ ଉତ୍ତମ କୁମାର ଦାସ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଦମକଳ କେନ୍ଦ୍ର ମଝିରେ ନିରୁପିତ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦିନବନ୍ଧୁ ସାହୁ , ସିମାଞ୍ଚଳ ସାହୁ, ରମେଶ ଚନ୍ଦ୍ର ମିଶ୍ର, ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନ, କାମଦେବ ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଁ , ଭାସ୍କର ନାହକ , ନାରାୟଣ ସାହୁ , ଶରତ ପାଣିଗ୍ରାହୀ , ଅଶୋକ ପ୍ରଧାନ , ବନିନ୍ଦ୍ର ପ୍ରଧାନ , ଉମାଚରଣ ପ୍ରଧାନ , ପୂର୍ବତନ ସରପଞ୍ଚ କୈଳାଶ ମହାରଣା , ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ଯାମ ପଣ୍ଡା , ଦେବାଶିଷ ସାହୁ , କୃଷ୍ଣ ଚରଣ ପଟ୍ଟନାୟକ , ସୁଦିପ୍ତ ମୋହନ ପଟ୍ଟନାୟକ , ଯଜ୍ଞ ନାରାୟଣ ସାହୁ , ସିଲୁ ଦଳେଇ , ସିମାଞ୍ଚଳ ପ୍ରଧାନ , ପୋଲସରା ଓକିଲ ସଂଘ ସଭାପତି ବଳରାମ ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ଜେନା ସମେତ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ବହୁ ପ୍ରସଂଶକ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ