ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ନାମରେ ସାଂଘାତିକ ଷଡଯନ୍ତ୍ର

0
21

ବ୍ରହ୍ମପୁର,୧୮/୧୨/୨୦୨୪:
ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଠକେଇ ମାମଲା ରେ ସାଂଘାତିକ ଷଡଯନ୍ତ୍ର କରାଯାଇଥିବା ଜଣାପଡିଛି।ଆଜି ପୁଣି ଥରେ ତିନି ଅଭିଯୋଗକାରୀ ପୂର୍ବ ସରକାର ଏବଂ ତତ୍କାଳୀନ ଅଧିକାରୀ ଙ୍କ ଚାପରେ ଯାଇ ଏତଲା ଦେଇଥିବା ନେଇ କୋର୍ଟରେ ନିଜର ବୟାନ ରଖିବା ପରେ ଏହି ସାଂଘାତିକ ଷଡଯନ୍ତ୍ର ହୋଇଥିବା ଜଣାପଡିଛି।ଏନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି,” ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଯେଉଁ କେସ ହୋଇଥିଲା ତାହା ଷଡଯନ୍ତ୍ରମୂଳକ ବୋଲି ୩ ଜଣ ଯାକ ସାକ୍ଷୀ କହିଛନ୍ତି । ଜଣେ ସାକ୍ଷୀ କହିଥିଲେ ଯେ ତାଙ୍କୁ ଭୟଭୀତ କରାଯାଇ ଗୋଟିଏ କାଗଜରେ ଦସ୍ତଖସ୍ତ କରିବା ପାଇଁ ବାଧ୍ୟ କରାଯାଇଥିଲା । ଆଉ ୨ ଜଣ ସାକ୍ଷୀ ମଧ୍ୟ କହିଥିଲେ ଯେ ସେମାନଙ୍କୁ ବାଧ୍ୟ କରାଯାଇ ଗୋଟିଏ କାଗଜରେ ଦସ୍ତଖତ ନିଆଯାଇଥିଲା । ସେଥିରେ କଣ ଲେଖାହୋଇଥିବା ସେମାନେ ଜାଣିନଥିବା କହିଛନ୍ତି । ସମସ୍ତ ୫ଟି ମାମଲାରେ ଅଭିଯୋଗକାରୀ ମାନେ ଅନ୍ୟ ଅଭିଯୁକ୍ତ ଆକାଶ ପାଠକ କିମ୍ବା ଅଭୟ ପାଠକଙ୍କୁ ଚିହ୍ନିନଥିବା କହିଛନ୍ତି ବୋଲି ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି୍।ଏନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ,ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଯେଉଁ ୫ଟି କେସ ମୋ ନାଁରେ ହୋଇଥିଲା ଆଜି ତାହାର ସାକ୍ଷୀ ଗ୍ରହଣ ହୋଇଛି । ବର୍ତ୍ତମାନ ବିଚରଣା ପ୍ରକ୍ରିୟା ଜାରି ରହିଛି । ମୋର କର୍ତ୍ତବ୍ୟ ଯାହା ନିୟମ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ମୁଁ ଉପସ୍ଥିତ ରହିଛି । କୋର୍ଟର ରାୟକୁ ମୁଁ ଅପେକ୍ଷା କରିଛି ।ଉଲ୍ଲେଖ ଯୋଗ୍ୟ ଯେ, ତତ୍କାଳୀନ ଗୋପାଳପୁର ବିଧାୟକ ତଥା ବର୍ତ୍ତମାନ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ଆକାଶ ପାଠକ ଏବଂ ଅଭୟ ପାଠକ ଙ୍କ ନାମରେ ଠକେଇ ମାମଲା ରୁଜୁ ହୋଇଥିଲା ।ଟାଟା କମ୍ପାନୀ ରେ ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗ ହେବା ପରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଜେଲ ଯିବାକୁ ପଡିଥିଲା।

LEAVE A REPLY

Please enter your comment!
Please enter your name here