୨୦୫୧ ମସିହା ପାଇଁ ପୋଲସରା ଏନଏସି ର ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ କର୍ମଶାଳା

0
5

ପୋଲସରା, ୨୧/୧୨/୨୪ : ଓଡିଶା ମାଷ୍ଟର ପ୍ଲାନ ପ୍ରୋଜେକ୍ଟ ର ପ୍ରକଳ୍ପ ପରିଚାଳକଙ୍କ ଅନୁରୋଧ କ୍ରମେ ଡିସେମ୍ବର ୨୦ ତାରିଖ ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ୨୦୫୧ ମସିହା ପାଇଁ ପୋଲସରା ଏନଏସି ର ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ ମଞ୍ଚାସୀନ ଥିଲେ।ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ କାଉନସିଲର ବୃନ୍ଦ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏନଏସିର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଆରଇଆଇ ର ବୈଷୟିକ ପରାମର୍ଶଦାତା ଟିମ ଜିଆଇଏସ/ ଆରଏସ ଆଧାରିତ ମାଷ୍ଟର ପ୍ଲାନ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ। ୨୦୫୧ ମସିହା ସୁଦ୍ଧା ପୋଲସରା ସହରଟି ଆର୍ଥିକ, ଭୌଗଳିକ, ଶିକ୍ଷାଗତ, ପରିବହନ, ଗମନାଗମନ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଆଇନ ଶୃଙ୍ଖଳା, ବସଷ୍ଟାଣ୍ଡ, ପାନୀୟଜଳ, ଡ୍ରେନେଜ, ବାଣିଜ୍ୟ ଓ ପରିବେଶ କେତେଦୂର ଅଗ୍ରଗତି ଓ ବର୍ଦ୍ଧିତ ହୋଇପାରିବ ଓ ସେହି ସବୁର ସୁପରିଚାଳନା ବିଷୟରେ ବିଷଦ ଭାବେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here