ବ୍ରହ୍ମପୁର, ୨୧/୧୨/୨୦୨୪:ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ନୂଆଦିଲ୍ଲୀର ଆହ୍ବାନ କ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ମିଳିତ ସହଯୋଗରେ ଏକ ସାଙ୍ଗଠନିକ କର୍ମଶାଳା ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପରିସର ସ୍ଥିତ ଯାନ୍ତ୍ରିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଖିଳ ଭାରତ କର୍ମଚାରୀ ମହାସଂଘ ସାଧାରଣ ସଂପାଦକ ଏ.ଶ୍ରୀକୁମାର ଏବଂ ଉପସଭାପତି ସୁତପା ହାଜାରେ ଙ୍କ ସମେତ ଓଡିଶା ରାଜ୍ୟ କର୍ମଚାରୀ ସମନ୍ବୟ ସମିତି ର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଏହି ସାଙ୍ଗଠନିକ କର୍ମଶାଳା ରେ ସରକାରୀ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ତଥା ଦାବି ଉପରେ ଆଲୋଚନା ହୋଇଥିଲା।ମୁଖ୍ୟତଃ ଦାବି ମଧ୍ୟରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିଯିବା, ପୁରୁଣା ପେନ୍ସନ୍ ଲାଗୁ କରିବା, ଖାଲିଥିବା ପଦବୀ ପୂରଣ,କରିବା, ଚୁକ୍ତିଭିତ୍ତିକ ଆଉଟସୋର୍ସିଂ ତଥା ଡେଲି ୱେଜେସ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା,ଅନୁକମ୍ପାମୂଳକ
ନିଯୁକ୍ତି ଉପରେ ଲାଗିଥିବା ଅଙ୍କୁଶକୁ ପ୍ରତ୍ୟାହାର କରି ପୁରୁଣା ନିୟମ ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ କରିବା, ସମସ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବା, କ୍ୟାଡ଼ର ପୁର୍ନଃଗଠନ ଲାଗୁ କରିବା ଦାବି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।ବ୍ରହ୍ମପୁର ମଣ୍ଡଳ ର ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ସିଂ, ପଦ୍ମଚରଣ ପାଢ଼ୀ, ସୁମନ ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ।