Home ବ୍ରହ୍ମପୁର ସ୍ପେଶାଳ ଲଘୁଚାପ ଲଗାଣ ବର୍ଷାରେ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡକ।

ଲଘୁଚାପ ଲଗାଣ ବର୍ଷାରେ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡକ।

0
3

ପୋଲସରା/ବୁଗୁଡା, ୨୧/୧୨/୨୪ ଲଘୁଚାପ ପ୍ରଭାବରେ ସୃଷ୍ଟି ହୋଇଥିବା ଲଗାଣ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଳକରର ୨୬ଟି ପଞ୍ଚାୟତ ଓ ପୋଲସରା ଏନଏସି ଏବଂ ବୁଗୁଡା ବ୍ଳକର ୨୧ ଟି ପଞ୍ଚାୟତ ଓ ବୁଗୁଡା ଏନଏସି। ପୋଲସରା ବ୍ଲକ ଅଞ୍ଚଳର ପ୍ରାୟ ୯ ହଜାର ୩ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। ଏଥିରୁ ପ୍ରାୟ ୯୦ ପ୍ରତିଶତ ଚାଷୀ ଧାନ କାଟି ବିଲ ମଧ୍ୟରେ କେତକ ଚାଷୀ ଗଦାକରି ରଖିଛନ୍ତି ଓ ଆଉ କେତକ ଧାନ କାଟି ବିଲରେ ପଡିଛି। ବୁଗୁଡା ଅଞ୍ଚଳରେ ମଧ୍ୟ ଠିକ ଏହି ଅବସ୍ଥା। ଅଦିନିଆ ଧାରାବାହିକ ବର୍ଷା ଯୋଗୁ କ୍ଷତରେ ପାଣିଜମି ଧାନ ଫସଲ ନଷ୍ଟ ହୋଇଗଲାଣି। ସେହିପରି ଧାନ ଅମଳ ପରେ ଚାଷୀ କ୍ଷେତରେ ମୁଗ, ବିରି, ବୁଟ, ଚଣା ଆଦି ବୁଣିଥିଲା ତାହା ମଧ୍ୟ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଧାନ ମଣ୍ଡି ଖୋଲା ହୋଇନଥିବା ଯୋଗୁଁ ଚାଷୀ ଅମଳ କରିଥିବା ଶୁଖିଲା ଧାନ ଖଳାରେ ଗଦା ହୋଇଥିବା ବେଳେ ବର୍ଷା ପାଣି ବାଜି କେତକ ଧାନ ଗଜା ହୋଇଯାଇଥିବା ଚାଷୀ ଅଭିଯୋଗ କରିଛି। ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସାହାଯ୍ୟ କରିବାକୁ ଚାଷୀମାନେ ଦାବିକରିଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!