Home ବ୍ରହ୍ମପୁର ସ୍ପେଶାଳ ଇଣ୍ଟର ଜାଭିୟର୍ସ ଟାଲେଣ୍ଟ ପ୍ରତିଯୋଗିତା ଶୁଭାରମ୍ଭ

ଇଣ୍ଟର ଜାଭିୟର୍ସ ଟାଲେଣ୍ଟ ପ୍ରତିଯୋଗିତା ଶୁଭାରମ୍ଭ

0
10

ବ୍ରହ୍ମପୁର, ୨୨/୧୨/୨୦୨୪: ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ତିନି ଦିନ ଧରି ଆୟୋଜିତ ହେଉଥିବା ଇଣ୍ଟର ଜାଭିୟର୍ସ ଟାଲେଣ୍ଟ ପ୍ରତି ଯୋଗିତା ରବିବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବହୁ ପ୍ରତି ଯୋଗିତାରେ ଗଞ୍ଜାମ ସମେତ ଓଡ଼ିଶା, ଛତିଶ ଗଡ଼, ୱେଷ୍ଟ ବେଙ୍ଗେଲ, ହରିୟଣା, ଉତ୍ତର ପ୍ରଦେଶ,ଆଦି ବହୁ ଜାଭି ୟର୍ସ୍ ସ୍କୁଲ ଛାତ୍ର ଛାତ୍ରୀ ଏଥିରେ। ଯୋଗ ଦେଇଛନ୍ତି। ସମସ୍ତ ପ୍ରତି ଯୋଗିତା ଯଥା , ଗ୍ରୁପ ସଙ୍ଗୀତ, ହାସ୍ୟ ଅଭିନୟ, ଚିତ୍ରାଙ୍କନ, ଫ୍ୟାସନ ସୋ, ନୃତ୍ୟରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ l ବିଚାରକ ରୂପେ ପୁଷ୍ପାଞ୍ଜଳି ମହାପାତ୍ର, ମିହିର ତ୍ରିପାଠୀ, ସୁଧାଂଶୁ ରଥ, ଉଜ୍ଜଳ ସାହୁ, ଗୋପୀନାଥ ବେହେରା, ମନିଷା କୁମାରୀ ପଣ୍ଡା, ସତ୍ୟ ନାରାୟଣ ଦାସ, ମଧୁସୂଦନ ମିଶ୍ର, ଅଶୋକ ବ୍ରହ୍ମା , ଶିବ ଶଙ୍କର ଷଡ଼ଙ୍ଗୀ, ଡ଼ା ଚନ୍ଦନ ଗନ୍ତାୟତ , ପ୍ରଭାତ କୁମାର ପାତ୍ର, କ୍ରିଷ୍ଣା ଡିକେ, ସୁଧାଂଶୁ ଶତପଥୀ, ଗୁରୁ ଶ୍ରୀ ନାରାୟଣ ମହାରଣା, ଡ ଚୀନୁ ବହିଦାର, ଡ ଶାରଦା ପ୍ରସାଦ ସାହୁ, ଭାଗିରଥି ବେହେରା, ଟିଙ୍କେଲ ଗମାଙ୍ଗ, ଇସଙ୍କା ସାହୁ ରବିନାରାୟଣ ଦାସ, ଓ ମିହିର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଅତିଥି ରୂପେ ଜାଭିୟର୍ସ ନିର୍ଦ୍ଦେଶକ ଡ. ପି.ସି ମହାନ୍ତି, ମୁକେଶ ସରାଫ, ସଂପାଦିକା ପ୍ରିୟମ୍ବଦା ଦାସ, ସ୍କୁଲ ଅଧକ୍ଷ ପ୍ରଫେସର୍ କେସି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ସ୍କୁଲ ନିର୍ଦ୍ଦେଶକ ଡ଼. ଗୋରୀ ଶଙ୍କର (ପଣ୍ଡା ) ସ୍ଵାଗତ ଭାଷଣ ଆଉ ଚେୟାରମେନ ତଥା ପରିଚାଳନା ନିର୍ଦେଶକ ଡ ଜି ଏସ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମାଷ୍ଟର ଅଫ ସେରମୋନି ଇଂ କୁନାଲ କୌଶିକ ପଣ୍ଡା କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଉ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଅଧ୍ୟକ୍ଷ କାହ୍ନୁ ଚରଣ ପଣ୍ଡା, ରାହୁଲ ରାଜ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍ ଉପସ୍ଥିତ ଥିଲେ । ସେହି ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ କରା ଯାଇଥିଲା।୨୪ ତାରିଖ ସନ୍ଧ୍ୟାରେ ଏ କାର୍ଯ୍ୟକ୍ରମ ଉଦଯାପିତ ହେବ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!