ମୋଦୀ ଙ୍କୁ ଆକର୍ଷିତ କଲା ଇସିତାଙ୍କ ଓଡ଼ିଶୀ ନୃତ୍ୟ

0
35

ବ୍ରହ୍ମପୁର, ୨୩/୧୨/୨୦୨୪: ସୁଦୁର କୁଏତର ଭାରତୀୟ ସମ୍ପ୍ରଦାୟ ଦୁଇ ଦିନିଆ ସରକାରୀ ଯାତ୍ରାରେ ୨୨ ଡିସେମ୍ବରରେ କୁଏତକୁ ଆସିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଉତ୍ସାହପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ସହ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରାଯାଇଛି।ଭାରତର ବିଭିନ୍ନ ରାଜ୍ୟରୁ ଶାସ୍ତ୍ରୀୟ ନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ ସହିତ ରଙ୍ଗୀନ ସଂସ୍କୃତି ପ୍ରଦର୍ଶନ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ଭାବେ ସ୍ୱାଗତ କରାଯାଇଛି। କୁଏତ ଓଡିଶା ଆସୋସିଏସନ୍ ତରଫରୁ ତେର ବର୍ଷୀୟା ଛାତ୍ରୀ ଇଷିତା ଦାଶ ଓଡ଼ିଶାର ଗର୍ବ ଓଡ଼ିଶୀ ନୃତ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମ୍ମାନରୂପରେ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଛନ୍ତି।ଏହି ଶାସ୍ତ୍ରୀୟ ନୃତ୍ୟର ସୌନ୍ଦର୍ଯ୍ୟ ଏବଂ ଚମତ୍କାରତାକୁ ଆଲୋକିତ କରି, ଇଷିତା ଦାସ ତାଙ୍କର ଭାବପ୍ରବଣ ହାତର ଅଙ୍ଗଭଙ୍ଗୀ ସହିତ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଇଷିତା ହେଉଛନ୍ତି ବ୍ରହ୍ମପୁର ମଞ୍ଜରୀ ନଗର ବାସିନ୍ଦା , ସେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଏବଂ ବର୍ତ୍ତମାନ କୁଏତରେ କର୍ମରତ ଭୂବିଜ୍ଞାନୀ ସୁରଜିତ ଦାସ ଏବଂ ମଧୁସ୍ମିତା ପଣ୍ଡାଙ୍କ କନ୍ୟା।ସେ ତାଙ୍କ ମାଆ ଙ୍କ ଠାରୁ ଓଡ଼ିଶୀ ତାଲିମ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here