ପୋଲସରା, ୨୪/୧୨/୨୪ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ମଧ୍ୟପ୍ରଦେଶର ଗୋଆଲିଆର ସ୍ଥିତ ରାଣୀ ଲକ୍ଷ୍ମୀବାଇ ଜାତୀୟ ଶାରୀରିକ ଶିକ୍ଷା ସଂସ୍ଥା ଠାରେ ଜାତୀୟ ସେବା ଯୋଜନା (ଏନଏସଏସ)ର ରାଷ୍ଟ୍ରୀୟ ଏକତା ଶିବିର – ୨୦୨୪, ଡ଼ିସେମ୍ବର ୨୧ ତାରଖରୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଏହି ଶିବିରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ତଥା କଣ୍ଟିଞ୍ଜେଣ୍ଟ ଲିଡର ଅଧ୍ୟାପକ ସେକ୍ ଫରିଦଙ୍କ ନେତୃତ୍ୱରେ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦ ମେଡିକାଲ କଲେଜ ଓ ହସପିଟାଲର ସ୍ୱେଚ୍ଛାସେବୀ ଆତ୍ରି ଦାସ, ନୂଆପଡା ଏନଏସବି ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଗୋପାଳ କୃଷ୍ଣ ଦଳେଇ, ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ ର ସ୍ଵେଚ୍ଛାସେବୀ କାହୁଁ ଚରଣ ପାତ୍ର, ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ କ୍ରୀଷ୍ଣା ଗୌଡ଼, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ରଘୁନାଥ ସାହୁ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରେଶ୍ମା ରାଣୀ ସାହୁ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରିୟଙ୍କା ମନ୍ତ୍ରୀ ଓ କୌସ୍ତୁବା ସାହୁ ପ୍ରଭୃତି ଯୋଗଦେଇ ଓଡ଼ିଶୀ ନୃତ୍ୟ, ଚଢ଼େୟା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମଙ୍ଗଳା ନୃତ୍ୟ ପରିବେଷଣ କରି ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସେକ ଫରିଦ୍ ତାଙ୍କୁ ସୁଯୋଗ ଦେଇଥିବାରୁ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ସଂଯୋଜକ ପ୍ରଫେସର ଜୟନ୍ତ କୁମାର ପଣ୍ଡା, ଭୁବନେଶ୍ୱରସ୍ଥିତ ଏନଏସଏସ ର ଆଞ୍ଚଳିକ ନିର୍ଦ୍ଦେଶକ ଓ ନିଖିଲ ସାର, ଗଞ୍ଜାମ ଜିଲ୍ଲା ପ୍ରୋଗ୍ରାମ ଅଫିସର ଗଣେଶ ସାହୁ, ସୌମ୍ୟ ରଞ୍ଜନ ସାହୁ ପ୍ରଭୃତିଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।