ଏନଏସଏସ ୟୁନିଟ-୨ ର ଶୀତକାଳୀନ ସ୍ୱତନ୍ତ୍ର ଶିବିର

0
9

ବୁଗୁଡା , ୨୫/୧୨/୨୪ : ବୁଗୁଡା ପିପୁଲସ କଲେଜର ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ-୨ ପକ୍ଷରୁ ଡିସେମ୍ବର ୨୫ ତାରିଖ ଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ପାଇଁ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଶିବିରରେ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆଇକିୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନର୍ସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଦେଶ ତଥା ସମାଜର ହିତ ପାଇଁ

ସେବା କରିବା ସ୍ବେଛାସେବୀ ବୃନ୍ଦଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ଅତିଥି ବୃନ୍ଦ ପ୍ରକାଶ କହିଥିଲେ। ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ-୨ (ମହିଳା)ର
ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଶିବିର ବିଷୟରେ ସୂଚନା ଦେବସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କତକଲା ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରାଯାଇଛି। ଶେଷରେ ସ୍ବେଛାସେବୀ ମାମାଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here