୭ ମାସ ହେଲା ବନ୍ଦ ମନୋରଗା କାର୍ଯ୍ୟ, ଶ୍ରମିକ ଏବେ ଦାଦନ ମୁହାଁ

0
8

ପୋଲସରା/ବୁଗୁଡା ୨୫/୧୨/୨୪ ପୋଲସରା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଳକ ପୋଲସରା ଓ ବୁଗୁଡା ରେ ଦିର୍ଘ ୭ ମାସ ହେଲା ମନୋରଗା କାର୍ଯ୍ୟ ବନ୍ଦ ଥିବା ଯୋଗୁଁ ଶ୍ରମିକମାନେ କାମ ନପାଇ ଦାଦନ ଖଟିବାକୁ ଯାଉଥିବା ଜଣାପଡିଛି । ଦିର୍ଘ ୧୫ ବର୍ଷ ବିଜେଡ଼ିର ଏକାକୀ ଶାସନରେ ଠିକ୍ ଭାବେ ମନୋରଗା କାର୍ଯ୍ୟ ନପାଇବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ଯାହାକୁ ନେଇ ଜନସାଧାରଣ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସରକାରର ପତନ ଘଟାଇ ବହୁମତ ଦେଇ ରାଜ୍ୟରେ ନୂତନ ବିଜେପି ସରକାର ଗଠନ କରାଇଥିଲେ। ଏହି ପରିବର୍ତ୍ତନରେ ପୋଲସରା ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡିନଥିଲା। ସରକାର ପରିବର୍ତ୍ତନ ପରେ ଶ୍ରମିକମାନେ ଗ୍ରାମରେ ରୋଜଗାର ପାଇବା ପାଇଁ ଆଶା କରି ଗ୍ରାମକୁ ଫେରି ଆସିଥିଲେ। କିନ୍ତୁ ବିଜେପି ସରକାର ଗଠନ ହେବାର ପ୍ରାୟ ୭ ମାସ ବିତ୍ତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇ ବ୍ଳକରେ ମନୋରଗା କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ଯାହାଦ୍ୱାର ଶ୍ରମିକମାନେ ନିଜ ଅଞ୍ଚଳରେ ରୋଜଗାର କରି ପରିବାର ପ୍ରତିପୋଷଣ ଆଶା ମଉଳିଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୦୭ ମସିହାରୁ କେନ୍ଦ୍ରର କଂଗ୍ରେସ ସରକାର ଶ୍ରମିକମାନଙ୍କ ସୁବିଧାକୁ ନଜରରେ ରଖି ନିଜ ଗ୍ରାମରେ ରୋଜଗାର ପାଇପାରିବେ ବୋଲି ଏହି ଯୋଜନା ପ୍ରଚଳନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଦୁର୍ନୀତିର ଏକ ଗନ୍ତାଘର ପାଲଟି ଯାଇଥିଲା। ନିର୍ବାଚନ ସମୟରେ ବିଜେପି ଓଡିଶାକୁ ଦାଦନ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ମନୋରଗା କାର୍ଯ୍ୟରେ ସଂସ୍କାର ଆଣି ଶ୍ରମିକମାନେ ନିଜ ଅଞ୍ଚଳରେ କାର୍ଯ୍ୟ କରିବେ ବୋଲି ଆଶା କରିଥିଲେ। କିନ୍ତୁ ନୂତନ ବିଜେପି ସରକାର ଆସିବା ପରେ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ବ୍ଳକର ଜନତା ଓ ଶ୍ରମିକଙ୍କ ଆଶା ଆଶାରେ ହିଁ ରହିଗଲା। ପ୍ରାୟ ୭ ମାସ ଅପେକ୍ଷା ପରେ ଏବେ ଦୁଇ ବ୍ଳକର ଶ୍ରମିକ ବିଭିନ୍ନ ରାଜ୍ୟକୁ କାମ ପାଇବା ପାଇଁ ଦାଦନ ମୁହାଁ ହୋଇଛନ୍ତି। ହେଲେ ମନୋରଗା କାର୍ଯ୍ୟ ବନ୍ଦ ପ୍ରଶାସନର ଅବହେଳା ଯୋଗୁଁ ନା ନୂତନ ସରକାରଙ୍କ ଅପାରଗ ଯୋଗୁଁ ଏହି ଅବସ୍ଥା ହୋଇଛି ତାହା ??? ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here