ମନୁ ସେନା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ। ୧୨୨ ୟୁନିଟ ରକ୍ତ ସଂଗ୍ରହ

0
31

ବ୍ରହ୍ମପୁର ,୨୫/୧୨/୨୦୨୪:ଆଜି ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ମନୁ ସେନା ତରଫରୁ ସ୍ଥାନୀୟ ପାଣିଟାଙ୍କି ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ସେଥିରେ ମୋଟ ୧୨୨ ରକ୍ତଦାତା ରକ୍ତଦାନ କରିଥିଲେ। ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହି ଏହି ଶିବିର କୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ମନୁ ସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା, ବରିଷ୍ଟ ବିଜେପି ନେତା ବନ ସେଠି, ସୁନୀଲ ବିଷୋୟୀ,ପାତ୍ରପୁର ବ୍ଲକ ଅଧ୍ୟକ୍ଷା ଓ୍ବାଇ.ସଂଯୁକ୍ତା, ଚିକିଟି ପୂର୍ବତନ ଅଧ୍ୟକ୍ଷ ନାର୍ସିଙ୍ଗଳୁ ମୂର୍ତ୍ତି, ଭିଜିଲlନ୍ସ ଅଧିକାରୀ ସୋମ୍ୟ ପଣ୍ଡା, ଚାନ୍ଦପୁର ସମିତି ଅକ୍ଷୟ ସେଠି, ଜୟନ୍ତୀପୁର ସମିତି ବାଲାଜୀ ପାଢ଼ୀ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ ଙ୍କ ସହ ଆଜିର ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଚଳେଇଥିଲେ ରାଜେଶ ପାତ୍ର, ଶିକ୍ଷକ ଶିବ ଶଙ୍କର ନାୟକ, ମାଧବ ରେଡି, ଅଶୋକ ପଣ୍ଡା,ନିରଞ୍ଜନ ଖାଡ଼ଙ୍ଗା, ବାଦଲ ପ୍ରଧାନ, ସନ୍ତୋଷ ପ୍ରଧାନ, କିରଣ ରେଡ୍ଡୀ, ସନାତନ କୁଣ୍ଡ ଙ୍କ ସହ ନୀତେଶ କୁମାର ମହାନ୍ତି ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here