ବ୍ରହ୍ମପୁର ୨୬/୧୨/୨୦୨୪:ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ପ୍ରତିଷ୍ଠାତା ସୂରଜ କୁମାର ସାହୁ ଦୂରଦର୍ଶନର ନୃତ୍ୟ ଶିଳ୍ପୀ ମାନ୍ୟତା ଲାଭ କରିଛନ୍ତି ।
ତଥା ଓଡିଶା ସାଧନା ପୀଠର ଭାବେ ଦିଲ୍ଲୀରୁ ମାନ୍ୟତା ଭୂବନେଶ୍ବର ଦୂରଦର୍ଶନ କେନ୍ଦ୍ରରେ ହୋଇଥିବା ଅଡିସନରେ ସେ ଭାଗ ନେଇ ଦୂରଦର୍ଶନର ଜଣେ ବି ହାଇ ସ୍ରୋତ ନୃତ୍ୟଶିଳ୍ପୀ ଭାବେ ସେ ମାନ୍ୟତା ପାଇଛନ୍ତି । ତାଙ୍କୁ ଇମେଲ ଏବଂ ପତ୍ର ଯୋଗେ ସୂଚନା ଦିଆଯାଇଛି । ଏହି ଅଡିସନରେ ବହୁ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ମଧ୍ୟ ଭାଗ ନେଇଥିଲେ । ଏଥି ପୂର୍ବରୁ ସେ ୨୦୧୫ ମସିହାରେ ମଧ୍ୟ ଦୂରଦର୍ଶନ ତରଫରୁ ବି ଗ୍ରେଡ ମାନ୍ୟତା ପାଇଥିଲେ ।ସୂରଜ ଓଡିଶୀ ନୃତ୍ୟ ତପସ୍ଵୀ ସମ୍ମାନ, ଗୁରୁ ଦେବ ପ୍ରସାଦ ଦାସ ଯୁବ ପ୍ରତିଭା ସମ୍ମାନ ନୃତ୍ୟ ଚାରୁଶୀଳ ପୁରସ୍କାର, ନର୍ଭକ ସମ୍ମାନ, ଓଡିଶୀ ଜ୍ୟୋତି ସମ୍ମାନ ଭଳି ବହୁ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି । ସୂରଜ ଗଞ୍ଜାମ ଜିଲ୍ଲାର ଯୁବ ମହୋତ୍ସବରେ ଓଡିଶୀ ନୃତ୍ୟରେ ଲଗାତାର ୭ ଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଭାରତର ବହୁ ରାଜ୍ୟ ଯେପରିକି ଦିଲ୍ଲୀ, ମୁମ୍ବାଇ, କୋଲକତା, ପାଟନା, ବିଶାଖାପାଟଣା, ବାରଣାସୀ,
ବେଙ୍ଗଲୋରରେ ନିଜର ନୃତ୍ୟର ପଦର୍ଶନ କରିଛନ୍ତି । ଏହା ବ୍ୟତିତ ସେ ବ୍ରାଜିଲରେ ମଧ୍ୟ ନିଜର ନୁପୁଣ ନୃତ୍ୟ କଳାକୁ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖୁଥିଲେ । ସେ ପ୍ରଥମେ ବ୍ରହ୍ମପୁର ଗୁରୁଶ୍ରୀ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ପରେ ଭୂବନେଶ୍ବର ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ଠାରୁ ବିଧିବଦ୍ଧ ଭାବେ ଓଡିଶୀ ନୃତ୍ୟ ଶିକ୍ଷା କରୁଛନ୍ତି । ଏହି ସଫଳତା ପାଇବା ପରେ ତାଙ୍କୁ ଶ୍ରୀକାନ୍ତ କୁମାର ଦାସ, ବିବାଷ ଚନ୍ଦ୍ର ପଣ୍ଡା, ଝରଣା ପଣ୍ଡା, ସସ୍ମିତା ମହାନ୍ତି, ରବିଶଙ୍କର ମାଝି, ସୋନାଲି ସାହୁ, ନିବେଦିତା ମହାନ୍ତ, ପ୍ରକାଶ ଚନ୍ଦ୍ର ମହାରଣା, ନୟନ ସାହୁ, ପ୍ରମୋଦିନୀ ସାହୁ, ଶରତ ଚନ୍ଦ୍ର ସାହୁ, ତିରୁପତି ସାହୁ ଅଭିନନ୍ଦନ ଜଣାଇଥିଲେ । ସୁରଜ ତାଙ୍କର ସଫଳତାର ସମସ୍ତଶ୍ରେୟ ତାଙ୍କ ମାଆ ସଂଯୁକ୍ତା କୁମାରୀ ସାହୁ, ପିତା ସ୍ବର୍ଗୀୟ ସତ୍ୟନାରାୟଣ ସାହୁ ଏବଂ ତାଙ୍କ ଗୁରୁଙ୍କୁ ଦେଇଛନ୍ତି ଓ କହିଛନ୍ତି, ପିତା, ମାତା ଓ ଗୁରୁଙ୍କ ଆର୍ଶୀବାଦ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏହା ସହିତ କଠିନ ପରିଶ୍ରମର ମଧ୍ୟ ଆବଶ୍ୟକ ରହିଛି ।
Home ବ୍ରହ୍ମପୁର ସ୍ପେଶାଳ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ପ୍ରତିଷ୍ଠାତା ସୂରଜ କୁମାର ସାହୁ ଙ୍କୁ ଦୂରଦର୍ଶନର ନୃତ୍ୟ ଶିଳ୍ପୀ...