ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
36

ବ୍ରହ୍ମପୁର, ୨୭/୧୨/୨୦୨୪:ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓଡ଼ିଶା ବ୍ରହ୍ମପୁର ଶାଖା ତରଫରୁ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ୍ ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ ଓ୍ବାଟକୋ ମହାପ୍ରବନ୍ଧକ ଇଂ ବିକାଶ ଚନ୍ଦ୍ର ପାଢ଼ୀ ଓ ଇଂ ଅଲେଖ ଦଳାଇ ଙ୍କୁ ଯାନ୍ତ୍ରିକ ସମ୍ମାନ ସହ ସମସ୍ତ ଏସଡିଓ ଏବଂ ଜେଇ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। ଏହି ସଭା ରେ ସର୍ବନିମ୍ନ ଦରମା ଓ ଇପିଏଫ ପ୍ରଦାନ କରିଥିବାରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହି ସଭା ରେ ରାଜ୍ୟ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଆସିଲା କୁମାର ବ୍ରହ୍ମ ଓ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ପ୍ରଦୀପ କୁମାର ସିଂ ସହକାରୀ ଖଣ୍ଡ ସମ୍ପାଦକ ସମ୍ପାଦକ ସୁମନ କୁମାର ପାତ୍ର ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ପାଢ଼ୀ ସହ ବହୁ କର୍ମକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here