ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ

0
35

ପୋଲସରା , ୨୮/୧୨/୨୪: ପୋଲସରା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନ ଧରି ଚାଲିଥିବା ରଜତ ଜୟନ୍ତୀ ସମାରୋହ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଶିକ୍ଷାନୁଷ୍ଠାନର ସଭାପତି ଯଦୁନାଥ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଶିକ୍ଷାର ଭୂମିକା ବିଷୟରେ ଆଲୋକପାତ କରି ଚରିତ୍ରବାନ ହୋଇ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଗୋବର୍ଦ୍ଧନ ପୀଠ ସନାତନ ସନ୍ଥ ସମିତିର ମାର୍ଗ ଦର୍ଶକ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତିର କୋଷାଧକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ, ଶିକ୍ଷା ବିକାଶ ସମିତିର କିରଣ କୁମାର ପାଢ଼ୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନ ରସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ସମେତ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here