ବୁଗୁଡା , ୩୦/୧୨/୨୪ : ବୁଗୁଡାର ବରିଷ୍ଠ ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭାଗ୍ଯଲତା ପାଣିଗ୍ରାହୀ(୬୨)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଡିସେମ୍ବର ୩୦ ତାରିଖ ସକାଳେ ସେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୁ ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ତାଙ୍କର ମର ଶରୀରକୁ ନିଜର ଲକ୍ଷ୍ମୀପୁର ଗ୍ରାମକୁ ଅଣାଯାଇଥିଲା ବେଳେ ସେଠାରେ ଗ୍ରାମବାସୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେ ଜଣେ ଧର୍ମପରାୟଣା, ମେଳାପି ଓ ପରୋପକାରୀ ମହିଳା ଥିଲେ । ସ୍ବର୍ଗତା ଭାଗ୍ଯଲତାଙ୍କ ଦେହାନ୍ତରେ ସ୍ଥାନୀୟ ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ଶୋକ ପ୍ରକଟ ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି।