୨୯୨ ତମ ମାରଦା ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ

0
31

ପୋଲସରା ୩୦/୧୨/୨୪ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ନିକଟସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପୀଠରେ ୨୯୨ ତମ ପ୍ରତିଷ୍ଠା ଦିବସ ଡ଼ିସେମ୍ବର ୨୯ ତାରିଖ ଦିନ ପାଳିତ ହୋଇଯାଇଛି l ଆଇନଜୀବୀ ପବିତ୍ର କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଷ୍ଠା ଦିବସରେ ମାରଦା ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା ଅଧକ୍ଷତା କରିଥିଲେ l ମହାପ୍ରଭୁ ଜଗନ୍ନାଥଙ୍କ ଶେଷ ଲୀଳାକ୍ଷେତ୍ର ୧୭୩୩ ମସିହା ଡିସେମ୍ବର ୨୯ ତାରିଖରେ ସିଂହାସନ ବେଦୀରେ ବସିବା ହୋଇଥିବା ମାଦଳା ପାଞ୍ଜି ତଥ୍ୟରେ

ଆଲୋକପାତ କରାଯାଇଛି l ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପିଣ୍ଡି ପାଖରେ ୧୦୮ ଦୀପ ପ୍ରଜ୍ବଳନ କରିବା ସହିତ ଖେଚୁଡ଼ି ଅନ୍ନପ୍ରସାଦ ଥାଳି ଅର୍ପଣ ହୋଇଥିଲା। ଏଥିସହିତ ମନ୍ଦିର ପରିସରରେ ପୂଜା ପାଉଥିବା ଖରାଖିଆ ଲୋକନାଥ, ବୀର ହନୁମାନ, ସୂର୍ଯ୍ୟଦେବଙ୍କ ଠାରେ ବିଧିପୂର୍ବକ ପୂଜାର୍ଚନା କରାଯାଇଥିଲା l ଶରଣ ଶ୍ରୀକ୍ଷେତ୍ର ମାରଦାର ଐତିହ୍ୟ, ପରମ୍ପରା ଓ ପୂର୍ବ ଇତିହାସକୁ ନେଇ ସ୍ୱୟଂ ଜଗନ୍ନାଥ, ବଳଦେବ ଓ ସୁଭଦ୍ରା ଙ୍କୁ କିଭଳି ମୁସଲମାନ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଠଗଡ ରାଜାଙ୍କ ଭୂମିକା ଓ ପୁରୀ ଗଜପତି ମହାରାଜଙ୍କୁ ନିକଟସ୍ଥ ଗୁପ୍ତଗଡ଼ରେ ଆଶ୍ରୟ ବିଷୟରେ ଆଲୋଚନା କରାଯାଇଥିଲା l ଆଲୋଚନା ପ୍ରସଙ୍ଗ ମଧ୍ୟରେ ପରିକ୍ରମା ପ୍ରକଳ୍ପ (ବାହାର ବେଢା ), ପ୍ରାଚୀର ଚତୁଃପାର୍ଶ୍ୱରେ ଆଲୋକୀକରଣ, ପୁଷ୍ପବଗିଚା, ଶିଶୁଉଦ୍ୟାନକୁ ପୁନଃକାର୍ଯ୍ୟକ୍ଷମ, ମନ୍ଦିରଭିତର ପାର୍ଶ୍ଵ ଆଲୋକୀକରଣ, ରାଜଖଞ୍ଜା ଜମିରୁ ଜବରଦଖଲ ଉଚ୍ଛେଦ, ମନ୍ଦିରର ଇତିହାସ ସମ୍ପର୍କରେ ଅଭିଲେଖ ପ୍ରସ୍ତୁତି, ଦୁଇବେଳା ଭୋଗ, ଐତିହ୍ୟ, ପରମ୍ପରା, ରୀତିନୀତି ଓ ପୂଜାପାର୍ବଣ ପାଳନ ନିମନ୍ତେ ଶ୍ରୀ ମନ୍ଦିର ପ୍ରଶାସନର ସହାୟତା, ପ୍ରବାସୀ ଯାତ୍ରୀଙ୍କ ନିମନ୍ତେ ଲୀଳାକ୍ଷେତ୍ର ମାରଦା ଭକ୍ତ ନିବାସ ନିର୍ମାଣ, ଗଡ଼ଖାଇ ର ପୁନଃରୁଦ୍ଧାର, ଜଗନ୍ନାଥ ସଂସ୍କୃତିର ପ୍ରଚାର ନିମନ୍ତେ ଲୀଳା କ୍ଷେତ୍ର ମାରଦା ସାହିତ୍ୟ ପରିଷଦ ଗଠନ, ଶରଣ ଶ୍ରୀକ୍ଷେତ୍ର ମାରଦା ଠାରୁ ଶ୍ରୀକ୍ଷେତ୍ର ପୁରୀକୁ ବସ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କୁ ଅବଗତ କରିବା, ସୁଲଭ ମୂଲ୍ୟରେ ଶ୍ରୀ କ୍ଷେତ୍ର ପୁ

LEAVE A REPLY

Please enter your comment!
Please enter your name here