ଶମ୍ବର ମାଂସ ବିକ୍ରି ବେଳେ ମାଂସ ବିକାଳୀ ଗିରଫ

0
37

ବୁଗୁଡା , ୩୦/୧୨/୨୪ : ବନ୍ୟପ୍ରାଣୀ ଶିକାର କରିବା, ବନ୍ୟପ୍ରାଣୀ ମାଂସ ବିକ୍ରିବା ଓ ବନ୍ୟପ୍ରାଣୀ ମାଂସ ଖାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ବନବିଭାଗ ପକ୍ଷରୁ ବାରମ୍ବାର ଜନସଚେତନତା ସୃଷ୍ଟି କଲେ ମଧ୍ୟ କେତକ ଶିକାରୀ ବିଦ୍ୟୁତ ତାର ଫାସ ପକାଇ ବନ୍ୟପ୍ରାଣୀ ଶିକାର କରି ମାଂସ ବିକ୍ରିକରିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ଇଲାକାରେ ବନ୍ୟପ୍ରାଣୀ ଶମ୍ବର ମାଂସ ବିକ୍ରି ସମୟରେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ବୃନ୍ଦ ଡିସେମ୍ବର ୩୦ ତାରିଖ ଦିନ ସକାଳେ ଚଢ଼ାଉ କରି ଆସାମୀଙ୍କୁ ଗିରଫ କରିବା ସହ ଦୁଇ କିଲୋ ଶମ୍ବର ମାଂସ ଏବଂ ମାଂସ କଟା କଟୁରି ଓ କାଠ ମୁଣ୍ଡା ଜବତ କରିଛନ୍ତି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟାଧାର ଗ୍ରାମର ସାଗର ନାୟକ। ଏନେଇ ବୁଗୁଡା ବନାଞ୍ଚଳ କେଶ ନମ୍ବର ୨୦୪/୨୪-୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here